ବସରେ ମହିଳାଙ୍କୁ ଅସଦାଚରଣ କରି ଜେଲ ଗଲେ ପ୍ରଧାନ ଶିକ୍ଷକ ଜି.ସନ୍ତୋଷ କୁମାର

29

Get real time updates directly on you device, subscribe now.

କୋରାପୁଟ (ସଂଘର୍ଷ ମିଡିଆ) : – ରସିକିଆ ପ୍ରଧାନ ଶିକ୍ଷକଙ୍କ କଳା କାରନାମା । ଏକ ଘରେଇ ବସରେ ଜଣେ ମହିଳାଙ୍କୁ ଅସଦାଚରଣ କରି ଜଣେ ପ୍ରଧାନ ଶିକ୍ଷକ ଏବେ ଜେଲରେ ଅଛନ୍ତି। ସେହି ରସିକିଆ ଶିକ୍ଷକ ଜଣକ ହେଉଛନ୍ତି ବୋରିଗୁମା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜି.ସନ୍ତୋଷ କୁମାର। ଜୟପୁର ଟାଉନ ଥାନା ଅଧିକାରୀଙ୍କ ସୂଚନା ଅନୁସାରେ ଏକ ଘରୋଇ ବସରେ ବୋରିଗୁମା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜି.ସନ୍ତୋଷ କୁମାର କୋରାପୁଟରୁ ବୋରିଗୁମା ଆସୁଥିଲେ ।ସେହି ବସରେ ତାଙ୍କ ପାଖ ସିଟରେ ବସିଥିଲେ ଜଣେ ମଧ୍ୟ ବୟସ୍କ ମହିଳା । ତେବେ ଗାଡି ଚାଲୁଥିବାର ଫାଇଦା ନେଇ ପ୍ରଧାନ ଶିକ୍ଷକ କେହି ଜାଣିପାରିବେନି ଭାବି ମହିଳାଙ୍କୁ ଅସଦାଚରଣ କରି ତାଙ୍କର ବିଭିନ୍ନ ଅଙ୍ଗକୁ ଛୁଇଁବା ଆରମ୍ଭ କରିଥିଲେ। ଯାହାକୁ ବିରୋଧ କରି ମହିଳା ଜଣକ ଶିକ୍ଷକଙ୍କୁ ଠିକ ଠାକ ବସିବାକୁ କହିଲେ। ହେଲେ ବେସରମ ରସିକିଆ ପ୍ରଧାନ ଶିକ୍ଷକ ମହିଳାଙ୍କ କଥାକୁ ଖାତିର ନ କରି ବାରମ୍ବାର ତାଙ୍କ ଅଙ୍ଗ ଛୁଇଁବା ଓ ଖରାପ ଇଙ୍ଗିତ କରିବା ଆଦି କରିବାକୁ ଲାଗିଲା। ଏପରିକି ମହିଳାଙ୍କୁ ଅତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଧମକ ଦେଲା ଯା କୁ ଥାନାକୁ ଯିବୁ ନା ଆଉ କେଉଁଠିକି ଯିବୁ ଯା । କିଏ ମୋର କିଛି କରିପାରିବେନି। ବାଧ୍ୟ ହୋଇ ବସ କଣ୍ଡକ୍ଟର ମହିଳାଙ୍କୁ ଅନ୍ୟତ୍ର ନେଇ ବସେଇଲେ। ତଥାପି ଶିକ୍ଷକ ଜଣକ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ବନ୍ଦ କରିନଥିଲେ। ଶେଷରେ ମହିଳା ଜଣକ ଜୟପୁରରେ ଗାଡି ପହଁଞ୍ଚିବା କ୍ଷଣି ତୁରନ୍ତ ଟାଉନ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ସହାୟତା ମାଗିଥିଲେ । ଏବଂ ଥାନାରେ ଏତଲା ଦେଇଥିଲେ। ଥାନା ଅଧିକାରୀ ଏଫଆଇଆର ଦର୍ଜ କରିବା ସହ ଘଟଣାକୁ ଅତି ଗୁରୁତର ସହ ନେଇଥିଲେ । ଅଭିଯୋଗକୁ ଆଧାର କରି ସମ୍ପୂକ୍ତ ପ୍ରଧାନ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ କରି ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଥଲା । ତେବେ ଘଟଣା ସମ୍ପର୍କରେ ଶିକ୍ଷା ବିଭାଗକୁ ମଧ୍ୟ ଅବଗତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ । ତେବେ ବୋରିଗୁମ୍ମା ଅଂଚଳରେ ଦୀର୍ଘ ଦିନ ହେବ ପ୍ରଧାନ ଶିକ୍ଷକ ଜଣକ ଅନେକ ମହିଳା ଓ ଶିକ୍ଷୟତ୍ରୀଙ୍କୁ ମଧ୍ୟ ଅସଦାଚରଣ କରୁଥିବାର ଅଭିଯୋଗ ବି ଥିଲା, କିନ୍ତୁ କେହି ଥାନାରେ ଆଜି ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିନଥିଲେ । ଏବେ ଏଇ ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି କି, ଯଦି ଏଭଳି ଶିକ୍ଷକ ବିଦ୍ୟାଳୟରେ ରହିବେ, ପିଲା ସେଠି କେତେ ସୁରକ୍ଷିତ ରହିବେ ଆଉ କଅଣ ପାଠ ପଢିବେ ? ଦେଖିବାକୁ ବାକି ଏଠି ଶିକ୍ଷା ବିଭାଗ କେବେ ଓ କଣ ପଦକ୍ଷେପ ନେଉଛି? ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଜ୍ୟୋତ୍ସ୍ନା ରାଉଳଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More