ନବରଙ୍ଗପୁର(ସଂଘର୍ଷ ମିଡିଆ) : – ପାପଡାହାଣ୍ଡି ବ୍ଲକ ଜଟାବାଲ ଗ୍ରାମ ଠାରେ ଆଜି ଦ୍ବିପହର 2.30. ସମୟରେ ବିଷୋଇ ବସ ଓ ଡି- ୨୪ଏ ୯୫୮୫ଗାଡି ଧକାରେ ଏକ ୭୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି | ପ୍ରତ୍ୟକ୍ଷ ଦର୍ଶିଙ୍କ କହିବାନୁସାରେ ମହିଳା ଜଣକ ସାମ୍ନା ଗେଟରୁ ସମ୍ପୂର୍ଣ୍ଣ ଭାବରେ ଓଲ୍ଲାଇ ନଥିବା ସମୟରେ ହେଲପର ଗାଡି ଛାଡିବାକୁ ସିଟି ମାରିଥିଲା, ସେହି ସମୟ ରେ ଡ୍ରାଇଭର ଗାଡିକୁ ଆଗକୁ ବଢାଇ ଥିଲେ, ଫଳରେ ବୃଦ୍ଧାଙ୍କ ଗୋଡ଼ ଖସିଯାଇ ପଛପଟ ଚକାରେ ପଡିଯାଇଥିଲେ | ପଛ ଚକା ବୃଦ୍ଧାଙ୍କ ଅଣ୍ଟା ତଳ ଭାଗ ଉପରକୁ ଚଢିଯାଇ, ବିଲିଯାଇଥିଲା | ଦେଖଣାହାରୀ ୧୦୮ କୁ ଫୋନ କରିଥିଲେ କିନ୍ତୁ ଏକ ଘଣ୍ଟା ପରେ ମଧ୍ୟ ୧୦୮ ଗାଡି ଘଟଣା ସ୍ଥଳକୁ ପହଂଚି ନଥିଲା |ଏହାପରେ ଲୋକେ ପାପଡାହାଣ୍ଡି ଦମକଳ ବାହିନୀ କୁ ଫୋନ କରି ଥିଲେ | ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର କୁ ନେବା ସମୟ ରେ ମୃତ୍ୟୁ ହୋଇଯାଇଥିଲା | ମିଳିଥିବା ସୂଚନା ଅନୁଯାୟୀ ମହିଳା ଙ୍କ ନାମ କୌସୁଲ୍ୟା ହରିଜନ, ସ୍ୱାମୀ ପୀତବାସ ହରିଜନ | ସେ ମାଲକାନଗିରି ଜିଲ୍ଲା ଏମ୍ ଭି ୭୯ ଗ୍ରାମରୁ ବଡପୁଅ ଘରୁ ବାହାରି ସାନ ପୁଅ ଘର ଜଟାବାଲ ଗ୍ରାମକୁ ଆସିଥିଲେ |କିନ୍ତୁ ଭାଗ୍ୟର ବିଡମ୍ବନା ସାନ ପୁଅର ଗ୍ରାମକୁ ପହଁଞ୍ଚିଲା ପରେ ଶବ ପାଲଟି ଯାଇଥିଲେ ବୃଦ୍ଧା ଜଣକ | ଘଟଣା ସ୍ଥଳରେ ଡାବୁଗାଁ ପୋଲିସ ପହଂଚି ଗାଡିକୁ ଜବତ କରି ଡାବୁଗାଁ ଥାନାକୁ ଆଣିଛି | ପରିବାର ପକ୍ଷରୁ ଥାନାରେ ଏତଲା ଦିଆ ଯାଇଛି | ପୋଲିସ ୧୬୩/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।