ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

28

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : -ଆଇନ ଯେତେ କଠୋର ହେଲେ ମଧ୍ୟ ବଳାତ୍କାରୀ,ଲମ୍ପଟ,ଚରିତ୍ର ହୀନ, ଅସାମାଜିକ,ବିକୃତ ମାନସିକଧାରୀଙ୍କ ଭୃକ୍ଷେପ ନାହିଁ । ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ଚଢେଇପାହାଡି ଗାଁରେ ଲାଲମୋହନ ମୁଣ୍ଡା ନାମକ ବ୍ୟକ୍ତି ଏକୁଟିଆ ଘରେ ଥିବା ଜନୈକ ୫୫ ବର୍ଷିୟା ମହିଳାଙ୍କ ଘରେ ପଶି ବଳାତ୍କାର କରିଥିଲା । ଏହାକୁ ପିଡିତାଙ୍କ ପରିବାର ତରଫରୁ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କ୍ରମେ ଥାନାରେ କେଶ ନମ୍ବର ୧୨/୧୮ ରୁଜୁ ହୋଇଥିଲା । ଏହାକୁ ନେଇ ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ପୋଲିସ ରିପୋର୍ଟ , ପାରିପାର୍ଶ୍ବିକ ଘଟଣା ଏବଂ ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆଜି ଅଭିଯୁକ୍ତ ଲାଲ ମୋହନ ମୁଣ୍ଡାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ,୩୦୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ୩ ମାସ ଅଧିକ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ସରକାରୀ ଓକିଲ ପଙ୍କଜ ଦାସ ମାମଲା ଲଢ଼ୁଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More