ବଳାତ୍କାର ଅଭିଯୋଗରେ ବଙ୍କିମ ମଣ୍ଡଳଙ୍କୁ ଫାଷ୍ଟଟ୍ରାକ କୋର୍ଟ ଦ୍ୱାରା ଦଶବର୍ଷ ସଜା

22

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଆଜି କେନ୍ଦ୍ରାପଡ଼ା ଆଡାକ ଫାଷ୍ଟଟ୍ରାକ କୋର୍ଟ ନିର୍ଦେଶକ କ୍ରମେ ଧାରା 376 (i) ଓ 450 ଅନୁଯାଇ ବଙ୍କିମ ମଣ୍ଡଳଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଦଶ ବର୍ଷ ଜେଲ ଜନାଦେଶ ଶୁଣାଇବା ସହ ଚାଳିଶ ହଜାର ଟଙ୍କା ଜୋରିମାନା କରାଯାଇଛି । କୋର୍ଟ ଅନୁଯାଇ ଯଦି ଦୋଷୀ ବଙ୍କିମ ମଣ୍ଡଳ ଲଗାଯାଇଥିବା ଜୋରିମାନା ନଦେଇ ପାରନ୍ତି ତେବେ ତାଙ୍କୁ ଛ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଖବର ମୁତାବକ ମହାକାଳପଡ଼ା ଜମ୍ବୁ ଥାନା ଅଧିନସ୍ଥ ରାମନଗର ଗ୍ରାମର ଲକ୍ଷ୍ମୀ ବୈଦ୍ୟ ନାମକ ଜଣେ ସ୍ୱାମୀ ପରିତ୍ୟକ୍ତ ମହିଳା ନିଜ ବାପ ଘରେ ରହିଆସୁଥିଲେ, ଘରେ କେହି ନଥିବାର ସୁଯୋଗ ନେଇ ରାମନଗର ଅଞ୍ଚଳର ବଙ୍କିମ ମଣ୍ଡଳ ମହିଳା ଜଣଙ୍କୁ ଘର ଚାରି ପଟୁ କବାଟ ଦେଇ ପାଟିରେ କପଡା ପୁରାଇ ବଳାତ୍କାର କରିଥିଲା । ଏହାପରେ ଉକ୍ତ ଘଟଣାକୁ ଯଦି କାହାକୁ କହିବୁ ଜୀବନରୁ ମାରିଦେବାକୁ ବଙ୍କିମ ମହିଳା ଜଣଙ୍କୁ ଧମକ ଦେଇଥିଲା । ଜମ୍ବୁ ପୋଲିସ ପୀଡିତାଙ୍କ ଅଭିଯୋଗ କ୍ରମେ ଆସାମୀ ବଙ୍କିମ ମଣ୍ଡଳଙ୍କୁ ଗିରଫ କରି କେସ ନମ୍ବର 121/2019, Gr ନମ୍ବର 1820/2019 ଅନୁସାରେ କୋର୍ଟ ଚାଲାଣ କରିଥିଲା. ଆଜି 15ଜଣ ସାକ୍ଷୀଙ୍କ ଆଧାରରେ ଅପରାଧୀ ବଙ୍କିମ ମଣ୍ଡଳକୁ କେନ୍ଦ୍ରାପଡ଼ା ଆଡାକ ଫାଷ୍ଟଟ୍ରାକ କୋର୍ଟ ସମସ୍ତ ସାକ୍ଷୀ ପ୍ରମାଣକୁ ଭିତ୍ତିକରି ତ୍ରି ବିକ୍ରମ କେଶରୀ ଚି଼ନେରା ଖଣ୍ଡପୀଠ ଅପରାଧୀ ବଙ୍କିମ ମଣ୍ଡଳଙ୍କୁ ଧାରା 376(i), 450 ଅନୁଯାଇ ଦଶବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇବା ସହ ଚାଳିଶ ହଜାର ଜୋରିମାନା କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More