ବଳଦେବ ସେନା ପାଳନକଲା ରସାବଳି ଦିବସ

11

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ) : – ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା ଏହି ଦିବସରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ କରାଯାଏ ଏବଂ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ତେଣୁ ଆଜିର ଦିନଟିକୁ ବିଶ୍ଵ ରସାବଳି ଦିବସ ରୂପେ ପାଳନ କରିବାକୁ ବଳଦେବ ସେନାର ଅନୁରୋଧ । ରସାବଳି ମହାପ୍ରଭୁଙ୍କ ଅତି ପ୍ରିୟ ଭୋଗ ଅଟେ । ଆଗାମୀ ଦିନରେ ଅକ୍ଷୟ ତୃତୀୟାରେ ବିଶ୍ଵ ରସାବଳି ଦିବସ ରୂପେ ବିବେଚିତ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବି ପତ୍ର ଦିଆଯିବ । ଏହା ରସାବଳିକୁ GI Tag ମିଳିବାରେ ସହାୟକ ହେବ । ଆଜି ବଳଦେବ ସେନା ଆଜି ପ୍ରଥମ ବିଶ୍ଵ ରସାବଳି ଦିବସ ଭାବେ ପାଳନ କରିଛି । ସେଥି ପାଇଁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ମନ୍ଦିର ସମ୍ମୁଖରେ ରସାବଳି ବିତରଣ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More