ବର୍ଷା ହେଲେ ବିଦ୍ୟାଳୟ ପରିଶରରେ ହୁଏ କୁତ୍ରିମ ପୋଖରୀ, ବ୍ଲକ ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା

27

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) :-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମାରେ ବ୍ଲକ କଲୋନୀ ରେ କୋମଳ ମତି ଛାତ୍ର ଓ ଛାତ୍ରୀମାନେ ବର୍ଷା ଦିନେ ବିଦ୍ୟା ଅଧ୍ୟୟନ ରେ ଘୋର ଅନ୍ତରାୟ ସ୍ରୁଷ୍ଟି ହେଉଥିବା ବେଳେ ଉକ୍ତ ବିଦ୍ୟାଳୟ ଦୁଇ ପାର୍ଶ୍ଵରେ ବ୍ଲକ କାର୍ଜ୍ୟାଳୟ ଓ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ ଅଫିସ ,ପାଖକୁ ରହିଛି ବ୍ଲକ କଲୋନୀ ରହିଛି। ହେଲେ ଉକ୍ତ ବିଦ୍ୟାଳୟ ଉପରେ ବ୍ଲକ ପ୍ରଶାସନର କି ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ ଦ୍ରୁଷ୍ଟି ପଡୁ ନଥିବାରୁ ଅଭିଭାବକ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି।ବର୍ଷା ହେଲେ ଏହି ବିଦ୍ୟାଳୟ ପରିସରରେ ସ୍ରୁଷ୍ଟି ହୋଇଥାଏ କୁତ୍ରିମ ପୋଖରୀ।ସେହି ପାଣି ଭିତରେ ପଶି ପ୍ରଥମ ରୁ ପଞ୍ଚମ ଏପରି ମୋଟ୍ ୧୦୫ ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟ ଶ୍ରେଣୀ ଗ୍ରୁହକୁ ଓଦା ଗୋଡରେ ଯାଇ ବସି ବିଦ୍ୟା ଅଧ୍ୟୟନ କରି ଥାଆନ୍ତି। ଓଦା ହେଲେ ଥଣ୍ତା ଜର ସହ ଦେହ ଖରାପ ହେବାର ସମ୍ଭାବନା ରହିଛି।ହେଲେ ୧୦୫ ପିଲାଙ୍କ ପାଇଁ ୨ଜଣ ଶିକ୍ଷକ।ଜଣେ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ରାଣୀ ପରିଡା ଓ ଅନ୍ୟ ଜଣେ ସହକାରୀ ଶିକ୍ଷକ ଲକ୍ଷ୍ମୀକାନ୍ତ ନିହାଲ।ବିଦ୍ୟାଳୟ ପାଖରେ ଶିକ୍ଷା ବିଭାଗ ଅଧିକାରୀ ଓ ବ୍ଲକ ଅଧିକାରୀ ଥାଇ ଏପରି ଅବବ୍ୟସ୍ଥା ପାଇଁ କୋମଳମତୀ ଶିଶୁ ମାନଙ୍କ ଦେହ ଖରାପ ହେଲେ ଦାୟୀ ହେବ କିଏ ?ବୋଲି ସବୁରି ମହଲରେ ଆଲୋଚନା ହେଉଛି।ଏହି ସମସ୍ୟା ଦୀର୍ଘ ଦିନରୁ ହୋଇ ଆଶୁ ଥିଲେ ହେ ଗଣ ମାଧ୍ୟମ ରେ ପ୍ରକାଶିତ ହେବାପରେ ମଝିରେ ମାଟିପକାଇ ଥିଲେ।ଏବେ ବର୍ଷା ଜଳ ଜମିବା ସହ ବିଦ୍ୟାଳୟ ଗ୍ରୁହରେ ପାଣି ପଶୁଛି।ବର୍ଷା ଦିନ ଆଗରୁ ପରିସ୍ତିତି ଉପୁଜି ନ ଥାନ୍ତା।ବିଦ୍ୟାଳୟ ର କୋମଳମତୀ ଛାତ୍ର ଛାତ୍ରୀ ମାନଙ୍କ ଦୁଖ କେବେ ଦୁର ହେବ ଦେଖିବାକୁ ବାକି ରହିଲା।ସରକାର ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେ ଉକ୍ତ ବିଦ୍ୟାଳୟରେ ସରକାରଙ୍କ ଜୋଜନା ଫେଲ୍ ମାରିଛି। ଏଣୁ ପ୍ରଶାସନ ତୁରନ୍ତ ସମସ୍ୟାର ସମାଧାନ କରନ୍ତୁ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More