ରାଇରଙ୍ଗପୁର(ସଂଘର୍ଷ ମିଡିଆ) : ବାମନଘାଟି ଉପଖଣ୍ଡ ଵିଜାତଳା ବ୍ଲକ ଅନ୍ତର୍ଗତ ବଣ ପାହାଡ ଘେରା ମାଣିକପୁର ପଂଚାୟତ ଆଦିବାସୀ ଅଧ୍ୟୁଷିତ ମାଣିକପୁର ଗାଁ ମୁଣ୍ଡ ରେ ନିମ୍ନମାନର ରାସ୍ତା କାମ ହୋଇଛି ।ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଏବେ ପାଟପୁର ଠାରୁ ବିଶୋଇ ପଂଚାୟତ ସମିତି ସୀମା ଭାୟା-ବଳରାମପୁର, ପାଉଁଶିଆ,ବାନ୍ଧ ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ କାମ ଚାଲିଛି। ନିର୍ମାଣଧୀନ ଏହି ପ୍ରଧାନମନ୍ତ୍ରୀ ସଡ଼କ କାମ ଅତି ନିମ୍ନମାନର ହୋଇଥିବା କାରଣରୁ ଏହା ଦୁଇଦିନ ଧରି ହୋଇଥବା ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି l ବିଶେଷ କରି ରାତିରେ ସିମେଣ୍ଟ କଂକ୍ରିଟ କାମ କରାଯାଉଛି l ଏହାଦ୍ୱାରା ରାସ୍ତା କାମ ନିମ୍ନମାନର ହେଉଥିବା ସ୍ପଷ୍ଟ ଜଣାପଡୁଛି l ପ୍ରଧାନମନ୍ତ୍ରୀ ସଡ଼କ କାମ ନିମ୍ନମାନର ହୋଇଥିବା ସମ୍ପର୍କରେ ବିଜାତଳା ବ୍ଲକ ଉପାଧ୍ୟକ୍ଷା ରୂପିମଣି ଟୁଡୁଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଭୀମ ହାଁସଦା, ରାମଚନ୍ଦ୍ର ସୋରେନ, ମୁତକାମ ମୁର୍ମୁ, ରାରଘୁନାଥ ମାର୍ଣ୍ଡି, ଦୁର୍ଯୋଧନ ପାତ୍ର, ଜଗତଜିତ ମାଝୀ ପ୍ରମୁଖ ରାଇରଙ୍ଗପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିବା ଜଣା ପଡିଛି lମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।