ବରୁଣେଇ ପାହାଡ଼ରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ନଷ୍ଟ

18

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : ୧୬ ନଂ ଜାତୀୟ ରାଜପଥରୁ ମାତ୍ର ୨ କିମି ଦୂରରେ ଥିବା ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ବରୁଣେଇ ମନ୍ଦିର ସଂଲଗ୍ନ ବରୁଣେଇ ପାହାଡ଼ର ବିସ୍ତୀର୍ଣ୍ଣ ଇଲାକାରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ନିଆଁର ପ୍ରକୋପ ଭୟଙ୍କର ଥିବାରୁ ବହୁ ମୂଲ୍ୟବାନ ଗଛ ଜଳିପୋଡ଼ି ଯାଇଥିବା ଅନୁମାନ କରାଯାଉଛି। ସମ୍ପ୍ରତି ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାବେଳେ ଏଠାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରୁ ପର୍ଯ୍ୟଟକମାନେ ବଣଭୋଜି କରିବାକୁ ଆସିଥାନ୍ତି। ଏଭଳି ସ୍ଥିତିରେ ଶନିବାର ପ୍ରାୟ ଶହେରୁ ଅଧିକ ଦଳ ଏଠାକୁ ବଣଭୋଜି କରିବାକୁ ଆସିଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଏହି ନିଆଁ ଲାଗିଛି, ତାହା ସ୍ପଷ୍ଟ ଜଣାପଡ଼ୁନି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପାହାଡ଼ର ସୀତାକୁଣ୍ଡ ଠାରୁ ଏହି ନିଆଁ ଲାଗିବା ଆରମ୍ଭ ହୋଇଛି। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More