ଯାଜପୁର(ସଂଘର୍ଷ ମିଡିଆ ) : ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ବ୍ଲକ ଅନ୍ତର୍ଗତ ସ୍ବାଇଁଖଣ୍ଡ ପଞ୍ଚାୟତର ଅଙ୍ଗନୱାଡି ୨ନଂ କେନ୍ଦ୍ରର ଶୁଭ ଉଦଘାଟନ ଦିବସରେ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଯୋଗଦେଇଥିଲେ । ସରକାରଙ୍କ କୋଭିଡି ନିୟମକୁ ଉଲଘଂନ କରି ସତେ ଯେମିତି ଦଳୀୟ କର୍ମୀ ଓ ଅଙ୍ଗନୱାଡି କର୍ମଚାରୀମାନେ କରୋନା କୁ ବାଣ୍ଟୁଥିବାର ଦେଖିବାକୁ ମିଳିଛି । ନାଁ ମୁହଁରେ ଥିଲା ମାସ୍କ ନାଁ ଥିଲା ସମଦୁରତା ।ଅଙ୍ଗନୱାଡି କର୍ମୀମାନେ ବିଜୁ ଜନତା ଦଳର ଚିହ୍ନ ଶଙ୍ଖକୁ ନିଜେ ଫୁଙ୍କିବା ଏମାନେ ଦଳର ପ୍ରଚାରକ ବୋଲି ସାଧାରଣରେ ଆଲୋଚନା ହୋଇଛି ।ଏଠାରେ ପ୍ରଶ୍ନଉଠେ ଜଣେ ସରକାରୀ କର୍ମଚାରୀ ଯେତେବେଳେ ଯେଉଁ ଦଳ ଶାସନରେ ଥାଉ ତାଙ୍କର ହାତବାରିଶ ସାଯିବା ଘଟଣା ପଦାକୁ ଆସିଲେ ଏବଂ ତାହା ପ୍ରମାଣିତ ହେଲେ ସରକାର ଏବଂ ଉଚ୍ଚପଦସ୍ତ ଅଧିକାରୀମାନେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି ।ମାତ୍ର ଆଜି ଏହି କାର୍ଯ୍ୟକ୍ରମ ରେ ଖୋଲମଖୁଲା ଭାବେ ମହିଳା ଶିଶୁ ବିକାଶ କାର୍ଯ୍ୟାଳୟର ପ୍ରକଳ୍ପ ଅଧିକାରିଣୀ,ସୁପରଭାଇଜର ଓ ବିଭିନ୍ନ କେନ୍ଦ୍ରର ଅଙ୍ଗନୱାଡି କର୍ମୀ ଓ ସହକର୍ମୀମାନେ ଶାସକ ଦଳର ପ୍ରଚାରକ ଭାବେ ଦଳୀୟ ଚିହ୍ନ ଶଙ୍ଖ କୁ ବ୍ୟବହାର କରି ଆଇନ ଉଲଘଂନ କରିଥିବାରୁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମହଲ ରୁଦାବି ହୋଇଛି । ବରୀରୁ ସନ୍ଦୀପ ବେଉରିଆଙ୍କ ରିପୋର୍ଟ ।