ଭଦ୍ରକ ( ସଂଘର୍ଷ ମିଡିଆ ) : ସାମ୍ବାଦିକ ୟୁନିୟନ(ଓୟୁଜେ)ର ପୂର୍ବତନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ୬୪ ବର୍ଷ ବୟସରେ ବିୟୋଗ ଘଟିଛି । ତାଙ୍କ ବିୟୋଗରେ ଭଦ୍ରକ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ସମ୍ବାଦ କାର୍ଯ୍ୟାଳୟ ଠାରେ ଏକ ଶୋକ ସଭା ଅନୁଷ୍ଟିତ ହୋଇ ଯାଇଛି । ଓୟୁଜେର ଭଦ୍ରକ ଜିଲ୍ଲା ସଭାପତି ଡ଼, ହରିହର ନାୟକଙ୍କ ସଭାପତିରେ ଅନୁଷ୍ଠିତ ଶୋକ ସଭାରେ ଓୟୁଜେ ରାଜ୍ୟ ଉପ ସଭାପତି କିଷାନ ରାଉତ ଯୋଗ ଦେଇ ଶ୍ରୀ ମିଶ୍ର ରାଜ୍ୟର ଜଣେ ଦକ୍ଷ ସଂଗଠକ ଓ ବରିଷ୍ଠ ସାମ୍ବାଦିକ ଥିଲେ। ସେ ଓୟୁଜେ ପାଇଁ ବହୁ ବର୍ଷ ଧରି ରାଜ୍ୟରେ କାର୍ଯ୍ୟ କରିଥିଲେ ବୋଲି କହିବା ସହ ତାଙ୍କର ବିୟୋଗରେ ସାମ୍ବାଦିକ ଜଗତରେ ଆଜି ଏକ ଅପୁରଣିୟ କ୍ଷତି ଘଟିଲା ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସମ୍ପାଦକ ଗୌରହରି ନାୟକ,ପ୍ରିୟଦର୍ଶନ ବୋଇତି,ପ୍ରାଥ ସାରଥୀ ନାୟକ,ସୌମ୍ୟ ରଞ୍ଜନ ପାଢ଼ୀ,ନାରାୟଣ ଚନ୍ଦ୍ର ବାରିକ,ଲାଲା ପ୍ରମୋଦ ରାୟ,ଅଶିତ ଓଝା ସମେତ ସିପିଆଇ(ଏମ ଏଲ)ଜିଲ୍ଲା ସମ୍ପାଦକ ସମର ବଳ ପ୍ରମୁଖ ଯୋଗ ଦେଇ ଶ୍ରୀ ମିଶ୍ରଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ଶୋକ ଶୋର୍ଗତ ଆତ୍ମାର ସଦଗତି କାମନା କରିଥିଲେ ।