ପୁରୀ(ସଂଘର୍ଷ ମିଡିଆ) : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ଵର ମହାନ୍ତିଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି। ପୂରୀ ସ୍ଵର୍ଗ ଦ୍ୱାର ରେ ଅନୁଷ୍ଠିତ ହୋଇଥିଲା ଶେଷ କୃତ୍ୟ। ବଡ ପୁଅ ସୁନିଲ ମହାନ୍ତି ବାପା ମହେଶ୍ଵରଙ୍କୁ ମୁଖଗ୍ନୀ ଦେଇଥିଲେ। ଏହା ପୁର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ୍ କରାଯାଇଥିଲା। ସ୍ଵର୍ଗ ଦ୍ୱାର ରେ ଶେଷ ଦର୍ଶନ ପାଇଁ ମହେଶ୍ଵର ଙ୍କ ହଜାର ହଜାର ସମର୍ଥକ, ବିଜେଡ଼ିର କର୍ମୀ, ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ। ଦଳମତ ନିର୍ବିଶେଷରେ ବିଭିନ୍ନ ଦଲରୁ ନେତା ମାନେ ଉପସ୍ଥିତ ରହି ଶେଷ ଦର୍ଶନ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥଲେ। ତେବେ ସ୍ଵର୍ଗ ଦ୍ଵାର ରେ ଶେଷ କୃତ୍ୟ ପୁର୍ବରୁ ପୁରୀ ରେ ବିଭିନ୍ନ ସ୍ଥାନକୁ ମହେଶ୍ଵରଙ୍କ ପାର୍ଥିବ ଶରୀରକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପୂରୀ ରେ ବିଭିନ୍ନ ସ୍ଥାନ ରେ ଲୋକ ମାନେ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ପୁରୀ ବାର ଆସୋସିଏସନ କୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ତାଂକ ଘରକୁ ମହେଶ୍ଵର ଙ୍କ ମର ଶରୀର କୁ ନିଆଯାଇଥିଲା। ସେଠାର ବିଭିନ୍ନ ଦଳର ନେତା, ମହେଶ୍ଵରଙ୍କ ବନ୍ଧୁ, ଶୁଭେଛୁ ପହଂଚି ଅନ୍ତିମ ଦର୍ଶନ କରିଥଲେ। ପରେ ପୁରୀ ଜିଲା ବିଜେଡି କାର୍ଯ୍ୟଳୟକୁ ତାଙ୍କ ମର ଶରୀରକୁ ନିଆଯାଇ ସେଠାରେ ଉପସ୍ଥିତ ଥିବା ବିଜେଡ଼ିର ନେତା ମାନେ ମହେଶ୍ଵରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ସ୍ଵର୍ଗ ଦ୍ୱାର ଅଭିମୁଖେ ବାହାରି ଥିଲା ମହେଶ୍ବରଙ୍କ ପାର୍ଥିବ ଶରୀର। ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ ଆଜି ଭୋର୍ 3 ଟା 25 ମିନିଟ ରେ ହୋଇଥିଲା। ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲ ରେ ପରଲୋକ ହୋଇଛି। ସେ ବ୍ରେନ୍ ଷ୍ଟ୍ରୋକ ଯୋଗୁ ଚିକିତ୍ସା ହେଉଥିଲେ। ଗତ 31 ତାରିଖ ରୁ ଚିକିତ୍ସିତ ହେଉଥିଲେ। ତାଙ୍କ୍ ଅବସ୍ଥା ବେଶ୍ ଗୁରୁତର ଥିଲା। ଡାକ୍ତର ଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କର ରିକଭରି ହୋଇ ପାରିନଥିଲା। ତାଂକ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଯାଇଥିଲା।