କଟକ(ସଂଘର୍ଷ ମିଡିଆ ) : ବରିଷ୍ଠ ପ୍ରଶାସକ ସ୍ବର୍ଗତ ନକୁଳ ଚନ୍ଦ୍ର ରାଉତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ସ୍ମୃତି ସଭା କଟକ ମହାନଦୀ ବିହାର ମହାନଦୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ସ୍ବର୍ଗତ ନକୁଳ ଚନ୍ଦ୍ର ରାଉତ ଙ୍କ ଜୀବନୀ ସମ୍ପର୍କିତ ଏକ ସ୍ମରଣିକାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ସ୍ବର୍ଗତ ରାଉତ ୧୯୬୦ ମସିହାରୁ ୧୯୭୨ ମସିହା ପର୍ଯ୍ୟନ୍ତ ଅଲ୍ ଓଡିଶା ବିଡ଼ିଓ ଆସୋସିଏସନ୍ ର ସଭାପତି ଭାବେ କାର୍ଯ୍ୟ କରି ଅନେକ ଜନହିତକର କାର୍ଯ୍ୟ କରିବା ସହ ଅନେକ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ସ୍ବର୍ଗତ ରାଉତ କେନ୍ଦ୍ର ଉତ୍କଳ ସମ୍ମିଳନୀର ଉପସଭାପତି, ଗଣେଶ ମହୋତ୍ସବ କମିଟି ର ମୁଖ୍ୟ ଉପଦେଷ୍ଟା, ଓଡ଼ିଶା ପୂଜାପୂଜା ପରିଷଦର ପୃଷ୍ଠପୋଷକ ଓ ମହାନଦୀ ବିହାର ଫେଷ୍ଟିଭାଲ କମିଟି ର ଉପଦେଷ୍ଟା ଭାବେ ଅନେକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ।ଏହି ସ୍ମୃତି ସଭା ରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ ମୁଖ୍ୟ ଅତିଥି, ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ଭୂୟାଁ ସମ୍ମାନିତ ଅତିଥି, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ମୁଖ୍ୟ ବକ୍ତା, ବିଶିଷ୍ଟ ସାହିତ୍ୟିକ ବୈଷ୍ଣବ ଚରଣ ସାମଲ ଅନ୍ୟତମ ଅତିଥି ଓ ବରିଷ୍ଠ ପ୍ରଶାସକ ଗୋପାଳ କୃଷ୍ଣ ବେହେରା ଅନ୍ୟତମ ଅତିଥି ଓ ଇଂ ସୁବୋଧ କୁମାର ରାଉତରାୟ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ନିଶିକାନ୍ତ ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭା ରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।