କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ଆଜି କେନ୍ଦ୍ରାପଡ଼ା ଟାଉନହଲ ଠାରେ ଅନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଏକ ମାଗଣା ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଲୋକ ମାନଙ୍କୁ ପରୀକ୍ଷା ନିରୀକ୍ଷା କରାଯାଇ ମାଗଣାରେ ଔଷଧ ବ୍ୟବସ୍ତା ମଧ୍ୟ କରାଯାଇଥିଲା । ଉକ୍ତ ଶିବିରରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲପାଳ ପିତାମ୍ବର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକର ଅନିତା ପଟ୍ଟନାୟକ,ଏଡି.ଏମ.ଓ ନୃପେନ ଶତପଥି, ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ଦାସ, ଅଜୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ. ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ବିକେ ଦାସ, ସଂଜୀବ କୁମାର ସେଠି ଓ ଅନ୍ୟମାନେ ଉପସ୍ଥିତ ରହି ଲୋକମାନଙ୍କ ଚିକିତ୍ସା କରିଥିଲେ ।
Get real time updates directly on you device, subscribe now.