ବରିଷ୍ଠ ନାଗରିକ ସଂଘ ନବରଙ୍ଗପୁରର ୭ମ ବାର୍ଷିକୀ ବୈଠକ ଅନୁଷ୍ଠିତ

27

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ): – ବରିଷ୍ଠ ନାଗରିକ ସଂଘ ନବରଙ୍ଗପୁରର ସପ୍ତମ ବାର୍ଷିକୀ ବୈଠକ ସ୍ଥାନୀୟ ଆଖଣ୍ଡଳମଣୀ ମନ୍ଦିର କମୁନିଟି ହୋଲ ଠାରେ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଡ ରାଧାନାଥ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଚିକିଶ୍ଚା ଅଧିକାରୀ ମଳୟ କୁମାର ତ୍ରିପାଠୀ ଓ ସୁକାନ୍ତ ଶତପଥି , ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପାତ୍ର ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ସଂଘର ସଦସ୍ୟ ଦିବ୍ୟlଙ୍ଗତ ପ୍ରେମଚାନ୍ଦ ପଟ୍ଟନାୟକ ଓ ରାମ ଚନ୍ଦ୍ର ମହାନ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରା ଯାଇଥିଲା । ସାଧାରଣ ସମ୍ପାଦକ ବି ରାମ ମୂର୍ତି ପଟ୍ଟନାୟକ ଅତିଥି ମାନଙ୍କୁ ମଞ୍ଚକୁ ସ୍ଵାଗତ ଜଣେଇବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ବରିଷ୍ଠ ନାଗରିକ ସଂଘ ନିମନ୍ତେ ଏକ ଗୃହ ଯୋଗେଇଦେବା ସହ ତାଙ୍କ ପାଣ୍ଠି ରୁ ଅନୁଦାନ ଯୋଗେଇ ଦେବେ ବୋଲି ପୂର୍ବ ବର୍ଷ ଭଳି ପ୍ରତିଶ୍ରୁତି ଦହୋରାଇଥିଲେ । ବିଶିଷ୍ଟ ସମାଜସେବୀ ତଥା ସଂଘର କୋଷାଧ୍ୟକ୍ଷ ଜଗନ୍ନାଥ ମହାପାତ୍ର ବ୍ୟାଙ୍କରେ ବରିଷ୍ଠ ନାଗରିକ ମାନଙ୍କ ନେଣ ଦେଣ କାରବାର ପାଇଁ ଏକ ସ୍ଵତନ୍ତ୍ର କାଉଣ୍ଟର ଖୋଲିବାକୁ ଦାବି କରିଥିଲେ । ଏହି ଅବସରରେ ସଂଘର ପ୍ରତିଭାବାନ ସଦସ୍ୟ ବରିଷ୍ଠ ସରକାରୀ ଆଇନଜୀବୀ ଉମା ଶଙ୍କର ତ୍ରିପାଠୀ , ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର ଭୁକ୍ତା ଏବଂ ଅବସର ପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ନରସିଂହ ମହାଙ୍କୁଡଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କାର୍ଯ୍ୟ ନିର୍ବାହୀ କମିଟିର ସଦସ୍ୟ ନିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଉପ ସଭାପତି ଚନ୍ଦ୍ର କୁମାର ଆଚାର୍ଯ୍ୟ , ଜଗଦୀଶ ଚନ୍ଦ୍ର ତ୍ରିପାଠୀ , ବିଜୟ ଚୌଧୁରୀ, ନରସିଂହ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More