ଗଜପତି(ସଂଘର୍ଷ ମିଡିଆ ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଆଦର୍ଶ ଥାନା ପରିସରରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ବୈଠକ ସହ ପରିଚୟ ପତ୍ର ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,ଗଜପତି ଆରକ୍ଷୀ ଅଧୀକ୍ଷକ ଜୟ ରାମ ଶତପଥୀ,ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ପୌରପରିଷଦ ଅଧ୍ୟକ୍ଷ। ନିର୍ମଳା ସେଠୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାମଦେବ ସିଂ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର,ଅବସର ପ୍ରାପ୍ତ କମାଣ୍ଡଡେଣ୍ଟ ଜମାଦାର ସାର,ବରିଷ୍ଠ ନାଗରିକ ସଭାପତି ରାମ ଚନ୍ଦ୍ର ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲାବେଳେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ପାରଳା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ।ବରିଷ୍ଠ ନାଗରିକ ମାନଙ୍କର ସମସ୍ୟା,ଅସୁବିଧା ରହିଛି ତାହା ଉପରେ ଆଲୋଚନା ହୋଇ ଥିଲା।ପୋଲିସ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ଅସୁବିଧା ସମୟରେ ସାହାଯ୍ୟ ଓ ସହଯୋଗ କରିବା ସକାଶେ ପୋଲିସ ସଦାବେଳେ ସଜାଗ ରହିଛି ବୋଲି କହିଥିଲେ।ବରିଷ୍ଠ ନାଗରିକମାନେ କୌଣସି ଅସୁବିଧା ବା ନିର୍ଯ୍ୟାତିତ ହେଲେ ପୋଲିସ ସହିତ ଯୋଗାଯୋଗ କଲେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ସେମାନଙ୍କୁ ସହଯୋଗର ହାତ ବଢ଼ାଇ ତୁରନ୍ତ ସମସ୍ୟାର ସମାଧାନ ଓ ସହଯୋଗ କରିପାରିବ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପ୍ରାୟ 48 ଜଣ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ମୁଖ୍ୟ ଅତିଥି ଜିଲ୍ଲା ପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ସେବା ସକାଶେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ ବୋଲି କହିଥିଲେ।ବରିଷ୍ଠ ନାଗରିକ ମାନଙ୍କ ସୁବିଧା ସକାଶେ ଏକ ୱାଟ ସପ ଗ୍ରୁପ କରିବା ସକାଶେ ନିଜର ମତ ବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରି ସଫଳ ରୂପାୟନ କରିଥିଲେ।ଏହି ଭଳି କାର୍ଯ୍ୟକ୍ରମ କରିଥିବାରୁ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଉତ୍ସ।ହ ଦେଖିବାକୁ ମିଳିଥିଲା ଓ ଗଜପତି ଜିଲ୍ଲା ପୋଲିସକୁ ସହରବାସୀ ଭୂୟସ ପ୍ରଶଂସା କରିଛନ୍ତି। ପରି ଶେଷରେ ଆଦର୍ଶ ଥାନା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।