ବରିଷ୍ଠ ନାଗରିକ ମଞ୍ଚ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

14

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ହରଭଙ୍ଗା ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ସାଧାରଣ ବୈଠକ ଚାରିଛକ କେଦାରେଶ୍ୱର ମନ୍ଦିର ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ର ନାଥ କଁହର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ମେଡିକାଲ ଅଫିସର ଶ୍ରୀମନ୍ତ ସ୍ୱାଇଁ ଯୋଗ ଦେଇ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ l ଉପସଭାପତି ଜନ୍ମେଜୟ ପ୍ରଧାନ, ସମ୍ପାଦକ ବାଳକୃଷ୍ଣ ନାୟକ, ଯୁଗ୍ମ ସମ୍ପାଦକ ଶରତ ମାଝୀ, ସହ ସମ୍ପାଦକ ଦୁତିବାହନ କାମ୍ପ,କୋଷାଧକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ,ଉପଦେଷ୍ଟା ଲବ କୁମାର ପ୍ରଧାନ ସଭାକାର୍ଯ୍ୟ ରେ ଯୋଗ ଦେଇଥିଲେ । ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଓ ସମ୍ପାଦକ ଉପସ୍ଥିତ ସଦସ୍ୟ ମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ରିପୋର୍ଟ, ଉଗ୍ରସେନ କର୍ମୀ , ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More