ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

10

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବଡ ରାଧାକାନ୍ତ ମଠ ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚର ଏକ ସାଧାରଣ ବୈଠକ ମଞ୍ଚର ସଭାପତି ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ମଞ୍ଚ ଉପଦେଷ୍ଟା ଶିବରାମ କ୍ରିଷ୍ଣା,ସମ୍ପାଦକ ହରୀମୋହନ ପଟ୍ଟନାୟକ, ଉପସଭାପତି ଶ୍ରୀରାମଚନ୍ଦ୍ର ପାଢ଼ୀ, ସମୀକ୍ଷକ ଜଗଦୀଶ ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ । କୋଷାଧ୍ୟକ୍ଷଙ୍କ ଅନୁପସ୍ଥିତରେ ସଂପାଦକ ବିବରଣୀ ପାଠ କରିଥିଲେ । ଦିବଗତ ସଦସ୍ୟମାନଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା ।ସଦସ୍ୟ ମାନେ ଜିଲ୍ଲା ପ୍ରଶାସନକୁ ଗୃହ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏକ ଦଳ ଯାଇ ଏସପି ଓ ଜିଲ୍ଲାପାଳଙ୍କୁ ଦେଖା କରି ଟ୍ରାଫିକ ସମସ୍ୟା , ଯୋଗୁଁ ହଇରାଣ ହେଉଥିବବା ନାଗରିକଙ୍କ କଷ୍ଟ ,ପୋଲିସ ପରିଚୟ ପତ୍ରପ୍ରଦାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିବେ ।ସୀତା ସାଗର ଓ ରାମ ସାଗରର ସୌନ୍ଦର୍ଯ୍ୟ କରଣ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଗଲା । ଫରେଷ୍ଟ ଗେଟ ଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଘୋଡ଼ା ଚଢ଼ା ପ୍ରତିମୂର୍ତ୍ତିର ସ୍ଥାପନ ପାଇଁ ପୂର୍ବରୁ ଦିଆ ଯାଇ ଥିବା ପ୍ରତିଶୃତି କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଗଲା ।ଦୁଇ ଜଣ ବର୍ଷିୟନ ବରିଷ୍ଠ ନାଗରିକ ଶ୍ରୀ ରବୀନ୍ଦ୍ର ଦାସ ଓ ହରେ କୃଷ୍ଣ ପାତ୍ର ଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଗୁଣୁପୁର ଠାରୁ ହାଇଦ୍ରାବାଦ ଓ ହାୱ ଡା ଟ୍ରେନକୁ ଏକ୍ସପ୍ରେସ ଚଲାଇବାକୁ ଅନୁରୋଧ କରାଗଲା ।ଶେଷରେ ଉପସଭାପତି ଶ୍ରୀ ରାମଚନ୍ଦ୍ର ପାଢ଼ୀ ସମସ୍ତ ସଦସ୍ୟ ଓ ସଦସ୍ୟା ତଥା ମଠର ପରିଚାଳକ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସଭା କୁଶ୍ରୀ ସତ୍ୟବାଦୀ ପାତ୍ର, ଲବଜେନା ଆଦି ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More