ବରିଷ୍ଠ ନାଗରିକଙ୍କ ବୈଠକ ଅନୁଷ୍ଠିତ

14

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରେ ବରିଷ୍ଠ ନାଗରିକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକକୁ ଗଜପତି ଆରକ୍ଷୀ ଅଧିକ୍ଷକ ଜୟ ରାମ ଶତପଥୀ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି ବୈଠକରେ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମ ଦେବ ସିଂ ବରିଷ୍ଠ ନାଗରିକ ହରି ମୋହନ ପଟ୍ଟନାୟକ, ଲକ୍ଷ୍ମୀ ନୃସିଂହ ରଥ ପ୍ରମୁଖ ମଞ୍ଚାସିନ ଥିଲେ। ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । 38 ଜଣ ବରିଷ୍ଠ ନାଗରିକ ଓ 13 ଜଣ କିନ୍ନର ମାନଙ୍କୁ ଅତିଥିମାନେ ପରିଚୟ ପତ୍ର ପ୍ରଦାନ କରିଥିଲେ।ପରେ ଏକ ସ୍ୱାସ୍ଥ୍ୟ ଶିବିର ବରିଷ୍ଠ ନାଗରିକ ମାନଙ୍କ ସକାଶେ ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ନାଗରିକ ମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଥିଲେ, ମାଗଣାରେ ଔଷଧ ବଣ୍ଟନ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ପାତ୍ର,ଲବ ଜେନା, ରାମଚନ୍ଦ୍ର ପାଢ଼ୀଙ୍କ ସହ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ଶେଷରେ ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More