ନବରଙ୍ଗପୁର(ସଂଘର୍ଷ ମିଡିଆ): – ଗତ ୧.୭.୨୦୨୩ ତାରିଖରେ ଡାବୁଗାଁ ସି ଡି ପି ଓ ନିଜ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ସନ୍ତୋଷ କୁମାରୀ ମିଶ୍ର ଙ୍କୁ ଯେଉଁ ଅମାନୁଷିକ ବ୍ୟବହାର ଦେଖାଇ ଥିଲେ ତାକୁ ଓଡିଶା ରାଜସ୍ଵ ଅମଲା ସଂଘ,ଜିଲ୍ଲା କଂଗ୍ରେସ, ବ୍ଳକ କଂଗ୍ରେସ ସହିତ ବିଭିନ୍ନ ଅନୁଷ୍ଠାନ ସଂଘ ଦୃଢ଼ ନିନ୍ଦା କରିଥିଲେ l ଓଡିଶା ରାଜସ୍ୱ ଅମଲା ସଂଘ, ଜିଲ୍ଲା ଶାଖା ନବରଙ୍ଗପୁର ର କର୍ମକର୍ତ୍ତା ଡାବୁଗାଁ ଯାଇ ତୃଣମୂଳ ସ୍ତରରୁ ଅନୁସନ୍ଧାନ କରି ସି ଡି ପି ଓ ଙ୍କ ବିରୁଦ୍ଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ସହିତ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଥିଲେ l ଏତଦ୍ ବ୍ୟତୀତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସାମାଜ କଲ୍ଯାଣ ଅଧିକାରୀ କମଲ କୁମାରୀ ପଟ୍ଟନାୟକ ଓ ଶିଶୁ ଓ ମହିଳା ସୁରକ୍ଷା ଅଧିକାରୀ ସସ୍ମିତା ମହାନ୍ତିଙ୍କୁ ତଦନ୍ତ କରିବାକୁ ଡାବୁଗାଁ ସି ଡି ପି ଓ କାର୍ଯ୍ୟାଳୟକୁ ପଠାଇଥିଲେ l ସେମାନେ ତଦନ୍ତ କରି ଜିଲ୍ଲାପାଳଙ୍କୁ ଜଣାଇ ଥିଲେ lରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତୁରନ୍ତ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ l ଫଳ ସ୍ଵରୂପ ମହିଳା ଓ ଶିଶୁ ବିଭାଗ ସଚିବଙ୍କ ନିର୍ଦ୍ଦେଶକ୍ରମେ ରାଜ୍ଯ ସରକାର ତ୍ଵରିତ ପଦକ୍ଷେପ ଗ୍ରହଣ କରି ସି ଡି ପି ଓ ମହାଶୟାଙ୍କୁ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଆଇ.ସି. ଡି. ଏସ. କାର୍ଯ୍ୟାଳୟକୁ ବଦଳି କରିଛନ୍ତି l ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଓଡିଶା ରାଜସ୍ଵ ଅମଲା ସଂଘ ସାଧୁବାଦ ଜଣାଇବା ସହିତ ସିଡିପିଓ ଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l