ବରଗଛ ମୂଳେ ଚାଲିଛି ତହସିଲ କାର୍ଯ୍ୟାଳୟ

15

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନରସିଂହପୁର ଓକିଲ ସଂଘ ତରଫରୁ ତହସିଲି ଦାର ଙ୍କ ବଦଳି ଦାବି ଓ ଅତିରିକ୍ତ ତହସିଲି ଦାର ପଦବୀ ପୂରଣ ନିମନ୍ତେ ଆନ୍ଦୋଳନ ଜାରି ରହିଛି।ମାତ୍ର ଏ ଆନ୍ଦୋଳନ ଏବେ ଯେଇଁ ବିବାଦ ନେଇଛି ତାହା ଏବେ ଉଗ୍ରରୂପ ଧାରଣ କରୁଛି । ଏହା ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି। ଦୀର୍ଘ ଅଠର ଦିନ ହେଲା ନରସିଂହପୁର ତହସିଲି କାର୍ଯ୍ୟାଳୟ ଖୋଲୁ ନଥିବାରୁ ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ଯୋଜନା ପରେ ଯୋଜନା କରି ଚାଲୁ ଛନ୍ତି କିନ୍ତୁ ଏ 5T ସରକାର ଗଲା କୁଆଡେ ।ନରସିଂହପୁର ପ୍ରତି କଣ ସତେ ଯେମିତି ଆଖି ବୁଝି ଦେଇଥିବା ଜଣା ପଡୁଛି। ଏହାକୁ ନରସିଂହପୁର ବାସୀ ସହଜରେ ହଜମ କରି ପାରୁନାହାନ୍ତି। ଏହାକୁ ନେଇ ନରସିଂହପୁର ତହସିଲିରେ କୌଣସି କାର୍ଯ୍ୟ ହୋଇପାରିନାହିଁ।ଗୋଟିଏ ବରଗଛ ମୂଳେ ତହସିଲି କର୍ମଚାରୀ କାର୍ଯ୍ୟ କରିଥିବାର ଦେଖା ଦେଇଛି। ସେପଟେ ତହସିଲି ଦାର ବିଭିର୍ଣ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ସେପଟେ ଓକିଲସଙ୍ଘ ତରଫରୁ ତହସିଲିଦାରଙ୍କ ବଦଳି ଓ ଅତିରିକ୍ତ ତହସିଲି ଦାର ପଦବୀ ପୂରଣ ଲାଗି ଜିଦରେ ଅଟଳ ଅଛି ସଙ୍ଘ। ଆଜି ବିଧାୟକ ଦେବୀପ୍ରସାଦ ମିଶ୍ର ଓ ବ୍ଲକ ଚେୟାରମ୍ୟାନ କିଶୋର ମିଶ୍ର ଓକିଲ ସଂଘକୁ ଯାଇ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନଥିଲା। ମାତ୍ର ବିଧାୟକଙ୍କ କଥାକୁ ସଙ୍ଘ ପୁରା ପ୍ରତ୍ୟାଖ୍ୟାନ କରିଦେଇଛି। ଏ ବିଷୟରେ ଆମେ ତହସିଲିଦାରଙ୍କୁ ପଚାରିବାରୁ ସେ ସୂଚନା ଦେଇଛନ୍ତି ଯେ ଓକିଲ ସଂଘର ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ସମସ୍ତେ ଏ ଆନ୍ଦୋଳନ ରୁ ଓହରି ଯାଆନ୍ତୁ। ଅଯଥା ନରସିଂହପୁର ବାସି ହଇରାଣ ହେଉଛନ୍ତି। ନରସିଂହପୁରରୁ ସଞ୍ଜୟ ପଟ୍ଟନାୟକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More