ବନ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ୮ଦଫା ଦାବିପତ୍ର ପ୍ରଦାନ

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) :-ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟ୍ଟା, ସାରିୟାଭଟ୍ଟା , ଲକଟିପଖନା, ତିନୋଟି ଗ୍ରାମବାସୀଙ୍କ ତିରିଶ ଏକରରୁ ଉର୍ଦ୍ଧ୍ବ ଏକର ମକା ଫସଲ ନଷ୍ଟ ଘଟଣାରେ ଜଙ୍ଗଲ ସୁରକ୍ଷା କମିଟି ତରଫରୁ ଜିଲ୍ଲାପାଳଙ୍କୁ ୮ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଏନେଇ ଉମରକୋଟ ବ୍ଲକ ଅନ୍ତର୍ଗତ ଭିଏସଏସ ତଥା ଏଫଆରସି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ତରଫରୁ ଶହ ଶହ ମହିଳା ଓ ପୁରୁଷ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକ ନିକଟରୁ ଏକ ରାଲ୍ଲୀରେ ବାହାରି ସହର ପରିକ୍ରମା କରି ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ଠାରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପହଞ୍ଚି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । କମିଟି ତରଫରୁ ବାରମ୍ବାର ଅନୁରୋଧ ପରେ ମଧ୍ୟ ଆଇନର ଖିଲାପ କରି ତିନୋଟି ଗ୍ରାମବାସୀ ଜଙ୍ଗଲ ନଷ୍ଟ କରି ସେଠାରେ ମକା ଚାଷ କରିଥିଲେ ଯାହାକୁ ନେଇ ସେମାନେ ଉତକ୍ଷିପ୍ତ ହୋଇ କେବଳ ବେଆଇନ ଭାବେ ଲଗାଯାଇଥିବା ମକା ଫସଲ ନଷ୍ଟ କରିଥିବା ସ୍ୱୀକାର କରିବା ସହିତ କାହାର ଘରେ କିମ୍ବା ଅସ୍ଥାୟୀ କୁଡ଼ିଆରେ ନିଆଁ ଲଗାଇବା ଘଟଣାକୁ ମନା କରିଛନ୍ତି । ଗ୍ରାମବାସୀ ମାନେ ଅନ୍ୟ ଲୋକର ପ୍ରରୋଚନାରେ ନିଜେ ନିଜେ ନିଜ କୁଡ଼ିଆରେ ଓ ଫସଲରେ ନିଆଁ ଲଗାଇ ତିନୋଟି ଗ୍ରାମବାସୀଙ୍କ ଉପରେ ଦୋଷ ଲଦି ଦେଉଥିବା ଅଭିଯୋଗ କରିଛନ୍ତି । ଏଥିସହ ସେହି ବ୍ୟକ୍ତି ବିଶେଷଙ୍କ ସହାୟତାରେ ତିନି ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ସେମାନଙ୍କ ମକା ଫସଲ ନଷ୍ଟ କରିଥିବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରି ନିଜ ଦୋଷ ଲୁଚାଇବା ପାଇଁ ଚାପ ପ୍ରୟୋଗ କରିବାକୁ ଚେଷ୍ଟା ଚଳାଇଥିବା ଅଭିଯୋଗ କରିଛନ୍ତି । ତେଣୁ ଘଟଣାରେ ଗ୍ରାମବାସୀଙ୍କୁ ଆଇନକୁ ଭାଙ୍ଗି ଜଙ୍ଗଲ ନଷ୍ଟ କରିବାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ସଂଘ । ନଚେତ ସେମାନେ ଆଉ ଜଙ୍ଗଲ ସୁରକ୍ଷା କରିବେ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି । ଅପରପକ୍ଷରେ ନବରଙ୍ଗପୁର ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରି ଦାବି ଗୁଡିକୁ ପୁରଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More