ବନ ମହୋତ୍ସବ ସପ୍ତାହରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

34

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା ବ୍ଲକ ସଦରମହକୁମା ଠାରେ ଡାବୁଗାଁ ବନ ବିଭାଗ ତରଫରୁ ୭୩ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଜିଲା ଅନୁସୂଚିତ ଜନଜାତି ଓ ଜାତି ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସୋମବାର ଅପରାହ୍ନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହା ପୂର୍ବରୁ ବିଦ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗୋ ଯୋଗ ଦେଇ ଛାତ୍ରୀ ମାନକୁ ବୃକ୍ଷ ରୋପଣ କରିବା, ଗଛ ଲଖାଇବା ର ଉପକାରୀତା, ଗଛ ଲଗାଇ ତାକୁ ମା ଛୁଆର ଯେପରି ଯତ୍ନ ନିଏ ସେହିପରି ଚାରା ଗଛ ର ଯତ୍ନ ନେଇ ବଡ କରିବା ଭଳି ବିଭିନ୍ନ ଉପଦେଶ ଦିଆଯାଇଥିଲା।ଗଛ ଲଗାଇବା ଦ୍ଵାରା ପରିବେଶରେ ଅମ୍ଲଜାନ ର ଅଭାବ ହେବ ନାହିଁ।ମଣିଷ ଜୀବନ ଧାରଣ କରିବା ପାଇଁ ଅମ୍ଲଜାନ ର ନିହାତି ପ୍ରୟୋଜନ,ଏଥିପାାଇଁ ଗଛ ଲଗାଇବା ନିହାତି ଜରୁରୀ।ଚାରା ଗଚ୍ଛ ରୋପଣରେ ଆମ୍ବ, ପିଜୁଳି, ପଣସ, ବରକୋଳି, ବେଲ, ଚମ୍ପା, ଅମ୍ବୃତଭଣ୍ଡା, ସଜନା,ତୁତ କୋଳି, ଲିମ୍ବ, ଆତ, ଡାଳିମ୍ବ ଆଦି ବୃକ୍ଷ ରୋପଣ କରାଯାଇଥିଲା | ଏଥିରେ ପ୍ରାୟ ୧୦୦ ଟି ଚାରା ଗଛ ରୋପଣ କରାଯାଇଥିଲା।ଉକ୍ତ କର୍ଜ୍ୟକ୍ରମ ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ଅଧ୍ୟକ୍ଷ ସୁକାନ୍ତ କୁମାର ସ୍ଵାଇଁ, ଡାବୁଗାଁ ଭାରପ୍ରାପ୍ତ ବନପାଳ ପ୍ରକାଶ ସରକାର, ବନରକ୍ଷୀ ମନୋରଞ୍ଜନ ନାୟକ, ରିତାରାଣୀ ବିଶ୍ଵାସରାୟ, ନମିତା ମହାନ୍ତି ଓ ସରସ୍ଵତୀ ମେହେର, ପ୍ରମୁଖ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More