ଗଜପତି(ସଂଘର୍ଷ ମିଡିଆ ) : ଜିଲ୍ଲାର ଏକମାତ୍ର ଅଗ୍ରଣୀ ମହିଳା ସଙ୍ଗଠନ,”ଆକାଂକ୍ଷା” ତରଫରୁ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ,ସମ୍ମାନିତ ଅତିଥିଭାବେ ଶ୍ରୀ ମନୋଜ କୁମାର ଦାସ, ଶ୍ରୀ ହରିମୋହନ ପଟ୍ଟନାୟକ, ଶ୍ରୀ ନାଗେଶ୍ୱର ଚୌଧୁରୀ, ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଶ୍ରୀ ରାଜେନ୍ଦ୍ର ପଣ୍ଡା,ଶ୍ରୀ ତ୍ରିପତି ପଣ୍ଡା, ଶ୍ରୀ ରାଜେଶ କୁମାର,ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ, ଶ୍ରୀମତୀ ମଞ୍ଜୁ ଚୌଧୁରୀ, ଶ୍ରୀମତୀ ମିଶ୍ର, ଶ୍ରୀମତୀ ପ୍ରମିଳା ମହାପାତ୍ର, ଶ୍ରୀମତୀ ସୁନିତା ବେହେରା, ଶ୍ରୀମତୀ ମଧୁସ୍ମିତା ପାଢ଼ୀ, ଶ୍ରୀମତୀ ସୁନିତା ରଥ,ଶ୍ରୀମତୀ ପ୍ରଣତୀ ଦାସ,ଶ୍ରୀମତୀ ଯୋଗେଶ୍ୱରୀ ଯୋଗଦେଇଥିଲେ।ଏହି ଅବସରରେ ମହା ନିମ୍ବ,ଆମ୍ବ, ସୀତାଫଳ,କରଞ୍ଜ, ଇତ୍ୟାଦି ଚାରା ଗଛ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରୋପଣ କରାଯାଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମକୁ ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ସମ୍ପାଦିକା ଶ୍ରୀମତୀ ମୀନା କୁମାରୀ ଟହଲ,ଉପଦେଷ୍ଟା ଡ଼ଃ କଲ୍ୟାଣୀ ମିଶ୍ର, ଶ୍ରୀମତୀ ସ୍ୱର୍ଣ୍ଣ ପ୍ରଭା ପାଠୀ ପରିଚାଳନା କରିଥିଲେ।