ବନ ବିଭାଗ ଦ୍ୱାରା ଧରାହେଲା ଆତଙ୍କ ସୃଷ୍ଟି କରିଥିବା ହନୁ ମାଙ୍କଡ଼

15

Get real time updates directly on you device, subscribe now.

ଖୋର୍ଦ୍ଧା9ସଂଘର୍ଷ ମିଡିଆ) : ବେଶ କିଛି ଦିନ ହେଲା ଏକ ହନୁ ମାଙ୍କଡ ଆତଙ୍କ ମଚାଇ ବହୁତ ଲୋକଙ୍କୁ କାମୁଡି କ୍ଷତ ବିକ୍ଷେତ କରି ଆସୁଥିଲା । ଏପରି କେତେକ ଲୋକଙ୍କୁ ଆକ୍ରମଣ କରି ଆହତ କରିଥିବା ସାମ୍ନାକୁ ଆସିଥିଲା । ଏଭଳି ଏକ ବିରଳ ଘଟଣା ଦେଖିବାକୁ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ୍ ଅଧିନସ୍ଥ ଟାଙ୍କୋଳ ଗ୍ରାମରେ । ଟାଙ୍କୋଳ ଗ୍ରାମରେ ଏକ ହନୁ ମାଙ୍କଡ଼ ଦୀର୍ଘଦିନ ଧରି ଆତଙ୍କ ମଚାଇ ଆସୁଥିଲା । ଆଉ ଶେଷରେ ଟାଙ୍ଗୀ ବନ ବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜର୍ ଦ୍ୱାରା ଏହି ଆତଙ୍କ ମଚାଇ ଆସୁଥିବା ହନୁ ମାଙ୍କଡ଼କୁ କାବୁ କରାଯାଇଛି । ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଟାଙ୍କୋଳ ଗ୍ରାମରେ ପାଗଳ ମାଙ୍କଡ଼ କାମୁଡି କିଛି ବ୍ୟକ୍ତିଙ୍କୁ ଆହତ କରିଥିବା ଏବଂ ଆହତ ବ୍ୟକ୍ତିମାନେ ମେଡ଼ିକାଲରେ ଚିକତ୍ସା ହେଉଥିବା ଜଣାପଡିଛି । ଆହତ ବ୍ୟକ୍ତି ମାନେ ହେଲେ ଶ୍ୱେତ ଜେନା, ଗଦାଧର ବେହେରା, ରାଜକିଶୋର ପ୍ରଧାନ, ଭିକାରି ପ୍ରଧାନ , ସାଇବାଣୀ ପଣ୍ଡିତ , ସୁକାନ୍ତି ସାହୁ ଏମାନେ ସମସ୍ତେ ହୋଇଛନ୍ତି ତାଙ୍କୁଳ ଗ୍ରାମବାସୀ। ଗୋଟିଏ ଦିନରେ ଏହି ଏହି ସମସ୍ତ ଲୋକମାନଙ୍କୁ କାମୁଡ଼ି ଥିବାରୁ ଲୋକମାନେ ଏକ ପ୍ରକାର ଭୟରେ ରହୁଥିବା ଜଣାପଡିଛି । ହନୁ ମାଙ୍କଡକୁ କାବୁ କରିବା ପରେ ଚିକିତ୍ସା କରାଯିବ ଏବଂ ପରେ ନନ୍ଦନକାନନରେ ଛାଡି ଦିଆଯିବ ବୋଲି ଟାଙ୍ଗୀ ବନ ବିଭାଗ ରେଞ୍ଜର ଦେବାଶିଷ ଭୋଇ ସୂଚନା ଦେଇଛନ୍ତି । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More