ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

30

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଆଖୁଆପଦା ଜଳ ସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟିର ଆବାହକ ଅକ୍ଷୟ କୁମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ପ୍ରଶାସନର ଅପାରଗତାକୁ ସମାଲୋଚନା କରିଥିଲେ। ଜଗନ୍ନାଥପ୍ରସାଦ ବାଲି ସୈରାତକୁ ରାଜସ୍ବ ବିଭାଗ ନିଲାମ ଦେଇଥିବା ବେଳେ ଚିହ୍ନଟ ସୀମାରୁ ବାଲି ଉତ୍ତୋଳନ ହେଉନଥିବା। ନିଲାମଧାରୀମାନେ ନଦୀଶଯ୍ୟାର ଅନ୍ୟ ସ୍ଥାନରୁ ବାଲି ଉତ୍ତୋଳନ କରୁଥିବା ବେଳେ ଏହାକୁ ବନ୍ଦ କରିବା ପାଇଁ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ଦାବି ଜଣାଇ ଏହି ସାମ୍ବାଦିକ ସମ୍ମିଳନୀ ରଖିଛି। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ କମିଟି ସମ୍ପାଦକ ନାରାୟଣ ଚନ୍ଦ୍ର ବେହେରା, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ବରିଷ୍ଠ କଂଗ୍ରେସ ନେତା ନାରାୟଣ ଚନ୍ଦ୍ର ଘଡେଇ, ସନ୍ତୋଷ ମହାପାତ୍ର, ପ୍ରାକ୍ତନ ସରପଞ୍ଚ ଶଶିକାନ୍ତ ମିଶ୍ର, ବିଜୟ ଶଙ୍କର ମହାନ୍ତି, ମହିଳାନେତ୍ରୀ ଦେବୀକାରାଣୀ ବେହେରା, ତ୍ରୈଲୋକ୍ୟ ସାହୁ, ବାୟୁନ ଲେଙ୍କା, କାହ୍ନୁଚରଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More