ବନ୍ୟା ପ୍ରଭାବିତଙ୍କ ପାଖରେ ପହଞ୍ଚି ପାରିନାହିଁ ପ୍ରଶାସନ, ତାତିଲେ ଜନସାଧାରଣ

10

Get real time updates directly on you device, subscribe now.

ବଡ଼ଚଣା ( ସଂଘର୍ଷ ମିଡିଆ ) : ଚଳିତ ବର୍ଷ ପ୍ରଳୟଙ୍କାରୀ ବନ୍ୟା ଦେଇଛି ଦୁଃଖ ଓ ଦୁର୍ଦ୍ଦଶା l ଚାଷୀ ଟିଏ ଚାଷ ହରାଇ ଥିବାବେଳେ ଗରିବ ତାର ବାସ ହରାଇଛି l ବନ୍ୟା ଛାଡି ଯାଇଥିଲେ ବି ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି l ବଡ଼ଚଣା ବ୍ଲକ ଅନ୍ତର୍ଗତ ମାଣ୍ଡୁକା ପଞ୍ଚାୟତରେ ମଧ୍ଯ ବ୍ୟାପକ କ୍ଷୟକ୍ଷତି ହୋଇଛି l ଏ ପର୍ଯ୍ୟନ୍ତ ସରକାରୀ ସହାୟତା ତ ଦୂରର କଥା କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ସ୍ଥାନୀୟ ଲୋକ ପ୍ରତିନିଧି ପହଁଚି ପାରିଲେନି ଲୋକଙ୍କ ପାଖରେ l ଯାହା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷ୍ରୁ ଜାତୀୟ ରାଜପଥ ଅବରୋଧ କରିବା ସହ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା l I ଦୀର୍ଘ ସମୟ ଯାନ ବାହାନ ଅଟକ ରହିଥିଲା l ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଁଚି ବୁଝାସୁଝା କରିବା ପରେ ଗାଡି ଚଳାଚଳ ଆରମ୍ଭ ହୋଇଥିଲା l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More