ରାଇରଙ୍ଗପୁର (ସଂଘର୍ଷ ମିଡିଆ ) : – ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଶିକ୍ଷା ବିଭାଗ ଅଧିନସ୍ଥ କଣ୍ଟାବଣି ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ର ଶୀକ୍ଷୟତ୍ରୀ ବନ୍ଧନା ମହାନ୍ତି ଦୀର୍ଘ ବର୍ଷରୁ ବିଳମ୍ବରେ ସ୍କୁଲକୁ ଆସୁଥିବା ଦେଖି ଗ୍ରାମବାସୀ ମାନେ ନାପସନ୍ଦ କରିଥିଲେ । ସୁଚନା ଯୋଗ୍ଯଯେ ଉକ୍ତ ବିଦ୍ଯାଳୟର ଓଡିଆ ପାଠ ପଢାଉଥିବା ଶିକ୍ଷୟତ୍ରୀ ଦୀର୍ଘ ୨୦୧୫ ମସିହାରୁ ଓଡିଆ ପାଠଉଥିବା ଶିକ୍ଷୟତ୍ରୀ ହେଲେ ବନ୍ଧନା ମହାନ୍ତି ସ୍କୁଲକୁ ୧୦ ଟା ବେଳେ ନଆସି ୨ଟା ପରେ ସ୍କଲ କୁ ଆସନ୍ତି , ସ୍କୁଲରେ ୧ଘଣ୍ଟା ରହି ସ୍କୁଲରୁ ନାନା ଅସୁବିଧା କହି ସ୍କୁଲ ଛୁଟି ପୂର୍ବରୂ ଚାଲି ଯାଆନ୍ତି ବୋଲି ଗ୍ରାମବାସୀ ତଥା ଛାତ୍ର ଛାତ୍ରୀ ଓ ଶିକ୍ଷୟତ୍ରୀ ମାନେ ମଧ୍ଯ ପ୍ରକାଶ କରିଥିଲେ । ସ୍କୁଲ କୁ ବିଳମ୍ବ ରେ ଆସିବା ନେଇ ସ୍କୁଲ ର ଏସ୍ ଏମ୍ ସି କମିଟି ଓ ପ୍ରଧାନଶିକ୍ଷୟତ୍ରୀ ମଧ୍ଯ ଏ ସମ୍ପର୍କରେ ବ୍ଲକ୍ ଶୀକ୍ଷାଅଧିକାରୀଙ୍କୁ ଜଣାଇବା ପରେ ମଧ୍ଯ କୌଣସି ସୁଫଳ ମିଳୀନଥିବା କଥା କହିଥିଲେ । ଯାହାକୁ ନେଇ ଆଜି ଗ୍ରାମବାସୀ ସ୍କୁଲ ଫାଠକ ରେ ଥାଲା ପକାଇଥିଲେ । ସ୍କୁଲରେ ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ରହିଛି । ଏହି ସାତଟି ଶ୍ରେଣୀ ପାଇଁ ୪ ଜଣ ଶିକ୍ଷୟତ୍ରୀ ରହିଛନ୍ତି ଛାତ୍ରଛାତ୍ରୀ ସଂଖ୍ଯା ୬୭ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବାଲିହି ମଣି ମାଝୀ ପ୍ରକାଶ କରିଥିଲେ । ସ୍କୁଲ ଫାଠକରେ ତାଲା ପକାଇଲା ପରେ ସ୍କୁଲକୁ ଏବିଓ କାର୍ତ୍ତିକ ଚନ୍ଦ୍ର କାରୁଆ ପହଞ୍ଚି ଅଭିଭାବକ ମାନଙ୍କୁ ବୁଝାଇଥିଲେ । ଅଭିଭାବକ ମାନଙ୍କର ଅଭିଯୋଗ ଥିଲା ବନ୍ଧନା ମହାନ୍ତିଙ୍କୁ ଅନ୍ଯତ୍ର ବଦଳି କରାଯାଉ । କାରଣ ସେ ରହିଲେ ଆମ ପିଲା ମାନେ ପାଠ ପଢି ପାରିବେ ନାହିଁ । ତେଣୁ ଦିଦିଙ୍କୁ ବଦଳି ଦରକାର ବୋଲି ଏବିଓଙ୍କୁ । ଅଭିଯୋଗ ଶୁଣିବା ପରେ ବିଚାର କରି ଅଭିଭାବକ ମାନଙ୍କୁ ସାନ୍ତାନା ଦେଇ କହିଲେ ମୁଁ ଅଧିକାରୀ ମାନଙ୍କ ସହ ଆଲୋଚନା କରି ୧୫ ଦିନ ମଧ୍ଯରେ ବନ୍ଧନା ମହାନ୍ତିକୁ ବଦଳି କରାଯିବା ପାଇଁ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିବାରୁ ସ୍କୁଲରେ ଥିବା ୩ ଜଣ ଦିଦି ସ୍କୁଲ ଖୋଲି ପାଠ ପଢା ଆରମ୍ଭ ହୋଇଥିଲା ।