ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧୀନ ହଳଦୀ ଗ୍ରାମ ନିକଟରେ ୭୪ ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଡାବୁଗାଁ ବନ ବିଭାଗ ତରଫରୁ ହଳଦୀ ବନ ସଂରକ୍ଷଣ ସମିତି ସହଯୋଗରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଚଚରାଗୁଡା ପଞ୍ଚାୟତ ସରପଞ୍ଚ ରଞ୍ଜୁ ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ | ଅଞ୍ଚଳା ସଂରକ୍ଷିତ ଜଙ୍ଗଲ ଅଧୀନ ରେ ଥିବା ପ୍ରାୟ ୫୦ ହେକ୍ଟର ଖାଲି ସ୍ଥାନରେ ପ୍ରାୟ ୧୦ ହଜାର ଚାରା ରୋପଣ କରାଯିବ | ଆଜି ପ୍ରଥମ ଦିନରେ ପ୍ରାୟ ୧୦୦ ଚାରା ରୋପଣ କରାଯାଇଛି |  ଏଥିରେ ଗମ୍ଭାରୀ, ବାଲି ଶିଶୁ, ଅର୍ଜୁନ, ତେନ୍ତୁଳୀ, ପାହାଡିଶିଶୁ, ଆମ୍ବ, ପଣସ, ଜାମୁକୋଳି ଓ ବାଉଁଶ ବୃକ୍ଷ ରୋପଣ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ସରସ୍ଵତୀ ମେହେର, ମନୋରଞ୍ଜନ ନାୟକ ଓ ପ୍ରକାଶ ସରକାର, ହଳଦୀ ବନ ସଂରକ୍ଷଣ ସମିତି ସଭାପତି ସନସାଏ ପନକା, ୱାର୍ଡ ସଭ୍ୟ କମଳୁ ନାୟକ, ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା କୃପାଦାସ ମହୁରିଆ ଓ ହରିହର ନାୟକଙ୍କ ସମେତ ଗ୍ରାମର ୧୦୦ ଜଣ ମହିଳା ଓ ପୁରୁଷମାନେ ଉପସ୍ଥିତରହି ବୃକ୍ଷ ରୋପଣ କରିଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More