ବନମହୋତ୍ସବ ପାଳିତ

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ)- ବେନରା ଗ୍ରାମପଞ୍ଚାୟତରେ ୧୦ଗୋଟି ଯୁବକ ସଂଘ ଗଠିତ ହୋଇଛି, ହେଲେ ସେଥିମଧ୍ୟରୁ ତିନୋଟି ଯୁବକ ସଂଘର କର୍ମକର୍ତ୍ତା ଏବର୍ଷ ପାଳିଲେ ବନମହୋତ୍ସବ। ଏହି ଅବସରରେ ମୁଖ୍ୟ ଅତିଥି ଉମରକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ ଯୋଗଦେଇଥିଲେ ।ସେହି ବୃକ୍ଷ ର ରକ୍ଷଣା ବେକ୍ଷଣ ଦାଇତ୍ୱ,ଯୁବକ ସଂଘର କର୍ମକର୍ତା ଓ ଗ୍ରାମବାସୀ ମାନଙ୍କୁ ଦେଇଥିଲେ। ଉମରକୋଟ ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ନାୟକ ଚାରା ଯୋଗାଇଦେଇଥିବା ବେଳେ ଉକ୍ତ ବୃକ୍ଷର ମୂଳରୁ ଘାସ ଚାଞ୍ଛି ବୃକ୍ଷକୁ କଣ୍ଟା ବାଡ଼ରେ ଆବୃତ କରିଛନ୍ତି,ଯେପରି ଗାଇ ଗୋରୁ ମାନଙ୍କ ଦ୍ଵାରା ନଷ୍ଟ ନ ହେବ।ଏପରି କାର୍ଯ୍ୟ ପ୍ରକୃତିବନ୍ଧୁ କୈଳାଶ ଚନ୍ଦ୍ର ବେହେରା ସମ୍ପୂର୍ଣ୍ଣରୁପେ ସଙ୍ଘ ଗଠନ ଓ ତାର ପରିଚାଳନା କରିବା ଦୟିତ୍ଵ ନେଇ ଥିବା ବେଳେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟ କରିବାକୁ ଯୁବକମାନଙ୍କ ମଧ୍ୟରେ ସଚେତନ ସ୍ତୁଷ୍ଟି କରିପାରିଛନ୍ତି।ଆଗାମୀଦିନରେ ଅନେକ ସାମାଜିକ କାର୍ଯ୍ୟ ଯୁବକମାନଙ୍କୁ ନେଇ ସଚେତନ କରା ଯିବ, ବର୍ତମାନ ସ୍ଥିତିରେ ଦୁଇଟି ଯୁବକସଂଘ ଯଥା ବାବାଭୈରବ ଯୁବକ ସଂଘ, ଶଙ୍କରଡ଼ା ଓ ସହିଦ ଲଖ୍ମଣ ନାୟକ ଯୁବକ ସଂଘ, କାର୍ଲିପଦର ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଆଗାମୀଦିନରେ ଅନେକ କାର୍ଯ୍ୟ ଯୁବକମାନଙ୍କୁ ନେଇ କରିହେବ ବୋଲି ପରିବେଶ ବିତ ଶ୍ରୀଯୁକ୍ତ ବେହେରା ମତ ପ୍ରକାଶ କରିଛନ୍ତି।ଉକ୍ତ କାର୍ଜ୍ୟକ୍ରମରେ ସଭାପତି ରମେଶ ଭତ୍ରା,ଉପ ସଭାପତି-ଶଙ୍କର ଭତ୍ରା,ସମ୍ପାଦକ ଖଗପତି ଭତ୍ରା,କୋଷାଧକ୍ଷ ତରୁଣ୍ ଭତ୍ରା,ସହ ସମ୍ପାଦକ ଜେଜେନ୍ଦ୍ର ଶବର,ପରାମର୍ଶ ଦାତା ଅଭିରାମ ଭତ୍ରା,ଶିବ ଭତ୍ରା,ସୁକଚନ୍ଦ୍ର ଭତ୍ରା,ଗିରିଶ ଭତ୍ରା,ସମସ୍ତ ମେମ୍ବର ଓ ଗ୍ରାମର ଲୋକ ମାନଙ୍କ ମଧ୍ୟରୁ ରାଇବାରୁ ଭତ୍ରା,ରମେଶ୍ଵର ଭତ୍ରା,ଉଦ୍ରାରନ ଭତ୍ରା,ମଙ୍ଗଳୁ ଭତ୍ରା,ପିତମ୍ବର ଭତ୍ରା ପ୍ରମୁଖାଙ୍କ ସହ ୪୦ଜଣରୁ ଅଧିକ ଲୋକେ ସହଜୋଗ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More