ବନବିଭାଗର ମନମୁଖୀ କାର୍ଯ୍ୟଲାଗି ଚାଲିଗଲା ଆଉ ଏକ ଅମୁଲ୍ୟ ଜୀବନ

8

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : :- ପୁଣି କୁମ୍ଭୀର ପଞ୍ଝାରେ ନିରିହ ମଣିଷ। ଅଥଳ ନଦୀ ଭିତରକୁ ମହିଳାଙ୍କୁ ଝିମ୍ପିନେଲା କୁମ୍ଭୀର। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ରାଜନଗର ବ୍ଲକ ମହୁଲିଆ ପଂଚାୟତ ଝାରପଡା ଗାଁର କୈଳାଶ ଜେନାଙ୍କ ସ୍ତ୍ରୀ ଜାନକୀ ଜେନା ସ୍ଥାନୀୟ ବ୍ରାହ୍ମଣୀ ନଦୀରେ ବାସନ ଧୋଉଥିବାବେଳେ କୁମ୍ଭୀର ଜାନକିକୁ ଆକ୍ରମଣ କରି ଅଥଳ ନଦୀ ଭିତରକୁ ଟାଣି ନେଇଥିଲା। ଗ୍ରାମବାସୀ ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ନଦୀରେ ଖୋଜାଖୋଜି କଲା ପରେ ଜାନକୀଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ଚାନ୍ଦିବାଉଁଶମୂଳ ପଂଚାୟତର ଦକ୍ଷିଣଭେଡାର ଈଶ୍ୱର ଗୋପାଳଙ୍କ ଘର ପଛପଟେ ଥିବା ନଦୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ଏଠି ପ୍ରଶ୍ନ ଉଠୁଛି କୁମ୍ଭୀର ପ୍ରଜନନ ଲାଗି ବନ ବିଭାଗ ପର୍ଯ୍ୟଟକମାନଙ୍କ ଲାଗି ଭିତରକନିକା ବନ୍ଦ ରଖୁଥିବା ବେଳେ ଭିତରକନିକା ସଂଲଗ୍ନ ନଦୀ କୂଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବନବିଭାଗ ସଚେତନ କରୁନାହିଁ କି ବିପଦ ଫଳକ ଲଗାଉନାହିଁ। ମୃତକ ମହିଳାଙ୍କୁ ଉଦ୍ଧାର କାର୍ଯରେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଦକ୍ଷିଣଭେଡାର ସମାଜ ସେବୀ ଶ୍ରୀମତୀ ଭଗବତୀ ରାଉତ ନିଜେ ଗ୍ରାମବାସୀଙ୍କ ସହିତ ଡ଼ଙ୍ଗାରେ ଯାଇ ଉଦ୍ଧାର କାର୍ଯ୍ୟ ସଂଚାଳନ କରୁଥିବା ନଜର ଆସିଛି। ସୁଣନ୍ତ କଣ କହୁଛନ୍ତି ଜୁବ ସମାଜସେବୀ ତଥା ରାଜନେତା ସଞ୍ଜୟ କୁମାର ପଣ୍ଡା।(ରାଜନଗର ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More