ବନବାସି ଆସୁପତି ପ୍ରଧାନଙ୍କ ଦୁଖ କେବେ ଜିବ ?

43

Get real time updates directly on you device, subscribe now.

କନ୍ଧମାଳ ( ସଂଘର୍ଷ ମିଡିଆ ) : କନ୍ଧମାଳ ଜିଲ୍ଲାରେ ରାଇକିଆ ବ୍ଲକର ମାଣିକେଶ୍ଵର ପଞ୍ଚାୟତର ଶିଖବାଡ଼ି ଗ୍ରାମରେ ବନବାସି ଆସୁପତି ପ୍ରଧାନ ନାମକ ଜଣେ ବୃଦ୍ଧା ବ୍ୟକ୍ତି ଯାହାରକି ଦୁଇ ଟି ଗୋଡ଼ ବର୍ତ୍ତମାନ ପଙ୍ଗୁ ଅବସ୍ଥା ହେବାକୁ ଯାଉଛି । ସେ ବାରମ୍ବାର ବିଡିଓ ଓ କଲେକ୍ଟରଙ୍କୁ ଅଭିଯୋଗ କଲାପେରେ ମଧ୍ୟ ତାଙ୍କ କଥା କେହି ଶୁଣିବାକୁ ନାରାଜ ସେଥିପାଇଁ ସେ ସରକାର ଙ୍କ ଚିକିତ୍ସା ସୁବିଧା ଠାରୁ ବଞ୍ଚିତ ରହୁଛନ୍ତି । ତାଙ୍କୁ ସରକାର ସୁବିଧା କୋୖଣସି ମିଳୁନାହିଁ ତାଙ୍କର ଦୁଇ ଟି ଝିଅ ବାହାହୋଇ ଶାଶୁଘର ଗଲା ପରେ ତାଙ୍କର କେହି ନାହାନ୍ତି ବର୍ତ୍ତମାନ ସେ ଏକୁଟିଆ ଜିବନ ଯାପନ କରୁଛନ୍ତି । ସେ କେଵଳ ଶିଖବାଡ଼ି ର ଆସାଦିଦି ଙ୍କ ଠାରୁ ଯାହା ସାହାର୍ଯ୍ୟ ପାଇଛନ୍ତି ଏଵଂ ଗେଦିଙ୍ଗିଆ ଏଏନଏମ ସବ ସେଣ୍ଟର କୁ ଗଲେ ସେଠାରେ ତାଲା ଝୁଲୁଥିବାରୁ ସେ ଚିକିତ୍ସାରୁ ବଞ୍ଚିତ କାରଣ ଏଏନଏମ ଶ୍ରୀମତି ରୋଜାଲିନୀ ନାୟକ ସେଠାରେ ରୁହନ୍ତି ନାହିଁ । କେବଳ ସରକାରି କାର୍ଯ୍ୟକ୍ରମ ହେଲେହିଁ ମାସକୁ ୨ରୁ୩ ଥର ସେଠାକୁ ଯାଆନ୍ତି ଏ କଥା, ସିଡିଏମଓ ଙ୍କୁ ପଚାରି ବାରୁ ସେ ବୁଝି କହିବି ବୋଲି କହିଛନ୍ତି ତାହା ଛଡ଼ା ଅନ୍ୟ କୋୖଣସି ମତ ପ୍ରକାଶ କରିନାହାନ୍ତି । ସେଥିପାଇଁ ଗ୍ରାମବାସୀ ଓ ଆସୁପତି ବହୁତ ଦୁଃଖିତ ତେଣୁ ଦେଖାଯାଉ ଏଏନଏମ ସବ ସେଣ୍ଟର କେବେ ଦରିଦ୍ର,ଆଦିବାସୀ,ହରିଜନ ଲୋକମାନଙ୍କୁ ସରକାରି ଚିକିତ୍ସା ସହାୟତା ମିଳିବ ଓ ଆସୁପତି ପ୍ରଧାନ ଙ୍କୁ ଡାକ୍ତରି ଚିକିତ୍ସା ମିଳିବ । କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ଗୁପ୍ତ ପ୍ରଧାନଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More