ବଣରେ ହଜିଯାଇଛି ବଣିଆପଲ୍ଲୀ

12

Get real time updates directly on you device, subscribe now.

ଗଞ୍ଜାମ(ସଂଘର୍ଷ ମିଡିଆ) :- ନାଁ ଅଛି ଭଲ ରାସ୍ତା, ନାଁ ଅଛି ପିଇବା ପାଣିର ସୁବିଧା । ଯେଉଁଆଡ଼େ ନଜର ପକେଇବ ଖାଲି ଜଙ୍ଗଲ ଆଉ ଜଙ୍ଗଲ । ଉପାନ୍ତ ଅପହଞ୍ଚ କହିଲେ କିଛି ଅତୃପ୍ତି ହେବନାହିଁ । କିନ୍ତୁ ଏଇଠି ବସବାସ କରୁଛନ୍ତି ୪୦ ରୁ ଉର୍ଦ୍ଧ୍ବ ପରିବାର । ବିକାଶ ର ନା ଶୁଣିଛନ୍ତି ଏଠିକାର ଲୋକେ କିନ୍ତୁ ବିକାଶ କଣ ଜାଣିନାହାନ୍ତି । ଗଂଜାମ ଜିଲ୍ଲା ଜଗନ୍ନାଥ୍ ପ୍ରସାଦ ବ୍ଲକ୍ ପ୍ରତାପୁର ପଞ୍ଚାୟତର ଏ ହୋଉଛି ବଣିଆପଲ୍ଲୀ ଗାଁ । ଟିକେ ନଜର ପକାନ୍ତୁ ଏହି ରାସ୍ତା ଉପରେ ଗାଁ ପ୍ରଥମରୁ କେମିତି ବଡ଼ ବଡ଼ ଖାଲଖମା ହୋଇ ରହିଛି । ଗାଁକୁ ଜରୁରୀକାଳୀନ ଆମ୍ବୁଲାନ୍ସ ଟିଏ ମଧ୍ଯ ଆସିପାରୁନି । ଫଳରେ ୨ କିଲୋମିଟର୍ ରାସ୍ତା ରୋଗୀଙ୍କୁ କାନ୍ଧରେ ବୋହିବାକୁ ପଡ଼ୁଛି । ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବାଇଟ୍:-( ଗ୍ରାମବାସୀ) ଜଂଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ ଯୋଗୁଁ ରାତି ହେଲେ ଭୟରେ ନିଜର ଜୀବନ ବଞ୍ଚାଇବାକୁ ସାହାରା ଖୋଜୁଛନ୍ତି ଲୋକେ । କେଉଁ ଘରର କବାଟ ଥିଲା ବେଳେ ନାହିଁ ଛପର । ଆଉ କେଉଁଠି ଛପର ଅଛି ହେଲେ ସବୁଆଡ଼େ ଖୋଲାପଡ଼ିଛି ଘର । ଅନ୍ୟପଟେ ବିଦ୍ୟୁତ୍ ବିଭାଗ ମଧ୍ୟ ରାତିସାରା ହାତୀଙ୍କ ଆଳ ଦେଖେଇ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରିଦେଉଛି । ଫଳରେ ଗ୍ରାମବାସୀ ଭୟରେ ରହି ଜୀବନ କାଟୁଛନ୍ତି । ବାଇଟ୍:- (ଗ୍ରାମବାସୀ) ଦୁଇ ଦୁଇଟା ବ୍ଲକ୍ ମଧ୍ୟରେ ଗାଁ ରହିଥିବା ବେଳେ ପ୍ରଶାସନର ନଜର ପଡୁନି ଏହି ଗାଁକୁ । ତେବେ ଏମାନଙ୍କୁ ସୁରକ୍ଷା ଦେବ କି ବନ ବିଭାଗ ? ନା ପ୍ରଶାସନ ନେବ ଦାୟିତ୍ଵ ? ଦେଖିବାକୁ ବାକି ରହିଲା ଏହି ଗାଁ ପ୍ରତି କେବେ ନଜର ପଡ଼ୁଛି ସରକାରଙ୍କର । ଆଉ କେବେ ବଦଳୁଛି ଏମାନଙ୍କ ଭାଗ୍ୟ । ଭଂଜନଗରରୁ ରାଜେଶ୍ ଆଲଟିଆଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More