ଭୁବନେଶ୍ୱର(ସଂଘର୍ଷ ମିଡିଆ) : ହାଇସିକ୍ୟୁରିଟି ନମ୍ବର ପ୍ଲେଟର ସମୟସୀମା ବୃଦ୍ଧି କରାଯାଇଛି । ଏଣିକି ଅକ୍ଟୋବର ୩୧ ଯାଏଁ କରିହେବ ସ୍ଲଟ୍ ବୁକିଂ । ଅବଧି ବୃଦ୍ଧି ନେଇ ରାଜ୍ୟ ଏସଟିଏ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ, ଏହାର ସମୟସୀମା ଅକ୍ଟୋବର ୩୧ ଯାଏଁ ବୃଦ୍ଧି ହୋଇଛି । ୧, ୨, ୩, ଓ ୪ରେ ସରୁଥିବା ନମ୍ବର ପାଇଁ ଶେଷ ତାରିଖ ଅକ୍ଟୋବର ୩୧ ଯାଏ ରହିବ । ସେହିପରି ୫ ଓ ୬ ଅଙ୍କ ପାଇଁ ସମୟସୀମା ନଭେମ୍ବର ୩୦ ଯାଏ ରହିଛି । ଖାଲିସେତିକି ନୁହେଁ ୭ ଓ ୮ରେ ଶେଷ ହେଉଥିବା ନମ୍ବର ପାଇଁ ଡିସେମ୍ବର ୩୧ ତାରିଖ ଶେଷ ତାରିଖ ଥିବା କୁହାଯାଇଛି । ଶେଷରେ ୯ ଓ ୦ ଶେଷ ଅଙ୍କ ଥିବା ନମ୍ବର ପାଇଁ ଜାନୁୟାରୀ ୩୧ ତାରିଖ ଡେଡଲାଇନ୍ ରଖାଯାଇଛି ।