ବଡ ଠାକୁର ପ୍ରଭୁ ଶ୍ରୀବଳଭଦ୍ର ରଥ ଚାରମାଳ ଉପରେ ହାମୁଡେଇ ପଡିଯିବା ଘଟଣାର ତଦନ୍ତ ଆରମ୍ଭ

25

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଡପ ମଣ୍ଡପ ପହଣ୍ଡି ବିଜେ ବେଳେ ବଡ ଠାକୁର ପ୍ରଭୁ ଶ୍ରୀବଳଭଦ୍ର ରଥ ଚାରମାଳ ଉପରେ ହାମୁଡେଇ ପଡିଯିବା ଘଟଣା ସାରା ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ପହଣ୍ଡିରେ ଏଭଳି ଚରମ ବିଶୃଙ୍ଖଳାକୁ ନେଇ ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ଏଭଳି ବିଶୃଙ୍ଖଳା କରିଥିବା ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ହୋଇଥିଲା। ତେବେ ଏହି ଘଟଣାକୁ ନେଇ ଆରମ୍ଭ ହୋଇଛି ତଦନ୍ତ। ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଗଠନ ହୋଇଥିବା ତିନି ଜଣିଆ ତଦନ୍ତ କମିଟି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ କମିଟିରେ ଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପହଣ୍ଡି ବିଜେ ନୀତିରେ ସମ୍ପୃକ୍ତ ଥିବା ସେବାୟତ ନିଯୋଗର କର୍ମକର୍ତ୍ତାଙ୍କୁ ଡକାଯାଇ ଘଟଣାର ତଦନ୍ତ କରାଯାଇଛି। ତେବେ ୧୫ ଦିନ ଭିତରେ ଏହି ତଦନ୍ତ ପ୍ରକ୍ରିୟା ଶେଷ କରାଯାଇ ଶ୍ରୀମନ୍ଦିର ପରିଚାଳନା କମିଟି କୁ ରିପୋର୍ଟ ଦିଆଯିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ଦେଇଛନ୍ତି ନୀତି ପ୍ରଶାସକ। ଏହି ପ୍ରସଙ୍ଗ ରେ ପ୍ରତିକ୍ରିୟା ଦେଇ ଶ୍ରୀ ମନ୍ଦିର ନିତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଚନ୍ତି, ପ୍ରଭୂ ବଳଭଦ୍ର ରଥ ଚାରମାଳ ଉପରେ ପଡ଼ିଯିବା ଘଟଣା ର ତଦନ୍ତ ଆରମ୍ଭ ହୋଇଚି। ଶ୍ରୀ ମନ୍ଦିର ପରିଚାଳନା କମିଟିର ନିର୍ଦେଶ ମୁତାବକ ତିନି ଜଣିଆ କମିଟି ଏହାର ତଦନ୍ତ କରୁଚି। ପୁରୀ ର ଅତିରିକ୍ତ ଜିଲାପାଳ, ଶ୍ରୀ ମନ୍ଦିର ନିତି ପ୍ରଶାସକ ଓ ପୁରୀ ସିଟି ଡି ଏସ ପି ଙ୍କୁ ନେଇ ଗଠିତ ତିନି ଜଣିଆ କମିଟି ଏହି ଘଟଣା ର ତଦନ୍ତ କରୁଚି। ଗତ ଅଗଷ୍ଟ 1 ତାରିଖ ରେ ଏ ନେଇ ତଦନ୍ତ କମିଟି ଗଠନ ହୋଇଥଲା।15 ଦିନ ରେ ଭିତରେ ଏ ନେଇ ରିପୋର୍ଟ୍ ପ୍ରସ୍ତୁତ କରି ଶ୍ରୀ ମନ୍ଦିର ପରିଚାଳନା କମିଟି କୁ ରିପୋର୍ଟ୍ ଦେବା ପାଇଁ ଶ୍ରୀ ମନ୍ଦିର ମୂଖ୍ୟ ପ୍ରଶାସକ ନିର୍ଦେଶ ଦେଇଛନ୍ତି। ଆଗାମୀ 15 ତାରିଖ ସୁଦ୍ଧା ଏହି ରିପୋର୍ଟ ଦିଆଯିବ। ସେପଟେ ଏଭଳି ତଦନ୍ତ ପ୍ରକ୍ରିୟାକୁ ସ୍ବାଗତ କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିଶ୍ଵାବସୁ ବିନାୟକ ଦାସମହାପାତ୍ର। ସେ କହିଛନ୍ତି , ତିନି ଜଣିଆ କମିଟି ଆଗରେ ପ୍ରଭୁ ବଳଭଦ୍ର ଙ୍କ ବାଡଗ୍ରାହି ଅନାଥ ଦାସ ମହାପାତ୍ର ହାଜର ହୋଇଥିଲେ। ସେ ନେଇ ସମସ୍ତ ତଥ୍ୟ ସେ ଦେଇଥିଲେ। ତେବେ ରଥ ଉପରକୁ ଠାକୁର୍ ଙ୍କୁ ଚଢ଼ାଇବା ଓ ଓହ୍ଲାଇବ ଚାରମାଳ ଉପରେ ଏକ ବିପଦ ପୂର୍ଣ୍ଣ କାର୍ଯ୍ୟ। ଠାକୁର୍ ଚାରମାଳ ଉପରେ ଖସି ଥାଆନ୍ତି। ତେବେ ଏହାକୁ ନେଇ ଭକ୍ତ ଙ୍କ ମଧ୍ଯ ଅସନ୍ତୋଷ ସୃଷ୍ଟି ହୋଇଛି। ଏଣୁ ଆଗାମୀ ଦିନ ରେ ଏହା କିଭଳି ପୁନରାବୃତ୍ତି ନ ହେବା ସମସ୍ତେ ସଚେତନ ହେବା ଉଚିତ୍। ତେବେ ତଦନ୍ତ ହେଉ। ଏହା ଦ୍ବାରା ସମସ୍ତେ ସଚେତନ ହେବେ ଏହା ଦ୍ବାରା ଆଗାମୀ ଦିନରେ ଏହି ଘଟଣା ଘଟିବ ନାହିଁ। ତେବେ କେହି ସେବାୟତ ଜାଣିଶୁଣି ଠାକୁର୍ ଙ୍କୁ ଖସେଇ ନାହାନ୍ତି। ଏଣୁ ଆଗାମୀ ଦିନ ରେ କିଭଳି ଏହି ଘଟଣା ଆଉ ହେବ ନାହିଁ ସେ ନେଇ ସବୁ ସେବାୟତ ସଚେତନ ହେବା ଉଚିତ୍। ତେବେ ଠାକୁର୍ ଙ୍କ ପହଣ୍ଡି ରେ ଦଇତାପତି, ସୁଆର ମହାସୁଆର, ପୂଜାପଣ୍ଡା, ପୁଷ୍ପାଳକ ସେବାୟତ ମାନେ ଉପସ୍ଥିତ ରହି ପହଣ୍ଡି କାର୍ଯ୍ୟ କରନ୍ତି। ତେବେ ସେହି ରଥ ଉପରେ ଶହ ଶହ ସଂଖ୍ୟା ରେ ସେବାୟତ ଉପସ୍ଥିତ ଥିଲେ। ପ୍ରଶାସନ ତାଙ୍କୁ ଅନୁମତି ଦେଇଥିଲା। ଏଣୁ ଆମେ କାହାକୁ କିଛି କହିପାରିବୁନି। ଆଗାମୀ ଦିନରେ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ଉଚିତ୍। ସେହିପରି ରଥ ଉପରେ ମୋବାଇଲ୍ ବ୍ୟବହାର କଟକଣା ରହିବା ଉଚିତ୍। ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ କଟକଣା ଲାଗୁ କରିଚି। ଏହା ସ୍ବାଗତ ଯୋଗ୍ୟ। ଗତ ଜୁଲାଇ ୯ ତାରିଖରେ ମହାପ୍ରଭୁଙ୍କ ଆଡପ ମଣ୍ଡପ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା। ତେବେ ରଥ ଉପରୁ ବଡ଼ ଠାକୁର ପ୍ରଭୁ ଶ୍ରୀବଳଭଦ୍ର ଙ୍କୁ ଆଡପ ମଣ୍ଡପ ବିଜେ ପହଣ୍ଡି କରାଯାଉଥିବା ସମୟରେ ଚାରମାଳ ଉପରେ ହଠାତ୍ ହାମୁଡେଇ ପଡ଼ିଯାଇଥିଲେ ପ୍ରଭୁ ବଳଭଦ୍ର। ଏହି ଘଟଣାରେ ୭ ରୁ ଉର୍ଦ୍ଧ ସେବାୟତ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତା’କୁ ଏବେ ଜଗନ୍ନାଥ ପ୍ରେମୀଙ୍କ ଅପେକ୍ଷା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More