ନୟାଗଡ(ସଂଘର୍ଷ ମିଡିଆ) : – କାର୍ତ୍ତିକ ମାସ ପବିତ୍ର ମାସ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଶାସ୍ତ୍ର ଅନୁଯାୟୀ, ଏହି ମାସ ସଭିଁଙ୍କ ପାଇଁ ବେଶ ମହତ୍ତ୍ବପୂର୍ଣ୍ଣ ଅଟେ। ଓଷା ବ୍ରତ ଓ ଧର୍ମୀୟ ଦୃଷ୍ଟିକୋଣରୁ କାର୍ତ୍ତିକ ମାସର ବେଶ୍ ମହତ୍ତ୍ୱ ରହିଛି।ଯେଉଁ ବ୍ରତଧାରୀ ହବିଷ୍ୟାଳୀମାନେ ମାସ ସାରା ବ୍ରତ ପାଳନ କରି ନ ପାରନ୍ତି ମାସର ଶେଷ ପାଞ୍ଚ ଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମୀ ପୂର୍ଯ୍ୟନ୍ତ ଅତି ପବିତ୍ର ହୋଇଥିବାରୁ ଏହା ପାଳନ କରିଥାନ୍ତି। ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ଷୋମବାର ପଡ଼ୁଥିବାରୁ ଏ ବର୍ଷର ଆଜିର ଦିନଟି ଅତି ଶୁଭଙ୍କର ଦିନ ବୋଲି ମନାଯାଇ ଥାଏ ସେଭଳି ପ୍ରତି ବର୍ଷଭଳି ଏ ବର୍ଷ ମଧ୍ୟ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତ ସ୍ଥିତ ଫୁଲେଶ୍ୱର ଛକ ଠାରେ କାର୍ତ୍ତିକ ପୂଜା ପ୍ରତୀ ବର୍ଷ ଭଳି ଏ ବର୍ଷମଧ୍ୟ ଅନଷ୍ଠିତ ଘୋଇଯାଇ ଅଛି। ଏ ବର୍ଷ କାର୍ତ୍ତିକ ପୂଜା ବଡ଼ ଧୁମ ଧାମରେ ପାଳିତ କରିଛି କାର୍ତିକେଶ୍ୱର ପୂଜା କମିଟି । ପାଞ୍ଚ ଦିନ ପୌରାଣିକ ନାଚ ସାଙ୍ଗକୁ ବିଭିନ୍ନ ପ୍ରକାର ଷ୍ଟଲ୍ ର ବେଶ ଓପାଭୋଗ କରି ଖୁସି ଅଛନ୍ତି ଅଞ୍ଚଳବାସୀ ।ଏବଂ ଆଜି ଏହି ଅଞ୍ଚଳକର ସମସ୍ତ ଭକ୍ତ ଓ ଜନସାଧାରଣ କର୍ତିକେଶ୍ୱର୍ ଯାତ୍ରା ଦେଖିବା ସହିତ ସକାଳୁ ସକାଳୁ “ଆ କା ମା ବୈ,ପାନ ଗୁଆ ଖଇ ପାନ ଗୁଆ ତୋର, ମାସିକ ଧରମ ମୋର” କହି ବିଭିନ୍ନ ଜଳାଶୟରେ ବୋଇତ ବନ୍ଦାଣ କରି ନୂଆଗାଁ ଅଞ୍ଚଳର ସମସ୍ତ ଦେବାଳୟ ଯଥା ଫୁଲେଶ୍ୱର୍ ମହାଦେବ ମନ୍ଦିର,ଜଗନ୍ନାଥ ମନ୍ଦିର,ଲକ୍ଷ୍ମୀ ମନ୍ଦିର, କାଲୁନିଚଣ୍ଡି ମନ୍ଦିର,ତାରିଣୀ ମନ୍ଦିର,ଦିତିକେଶ୍ୱର୍ ମହାଦେବ ମନ୍ଦିର ଓ ଓଡ଼ଗାଁ ରଘୁନାଥ ମନ୍ଦିରରେ ବେଶ ଭିଡ଼ ଦେଖିବାକୁ ମିଳିଥିଲା। ନୟାଗଡ଼ ନୂଆଗାଁରୁ ରବୀନ୍ଦ୍ର କୁମାର ସାହୁଙ୍କ ରେପୋର୍ଟ ସଙ୍ଘର୍ଷ ନିଉଜ।