ଗଜପତି(ସଂଘର୍ଷ ମିଡିଆ ) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗ୍ରାମର ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ବଡ଼ଖଣି ଗ୍ରାମର ମାଳତୀ ନାୟକ(୨୭), ମାଳତୀଙ୍କ ବାପା, ମା’ଙ୍କର କିଛିବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା । ଘରେ ତିନି ଭଉଣୀ ରହୁଥିଲେ। ଆଜି ମଧ୍ୟାହ୍ନ ସମୟରେ ହଠାତ୍ ମାଳତୀ ବାରମ୍ବାର ବାନ୍ତି କରିବା ସହ ଅଚେତ ଅବସ୍ଥାରେ ପଡି ରହିଥିବା ଦେଖି ସମ୍ପର୍କୀୟମାନେ ତାଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।କିନ୍ତୁ ସେଠାରେ ଡାକ୍ତର ମାଳତୀକୁ ମୃତ ଘୋଷଣା କରିଥିଲେ l ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିବା ବେଳେ ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ଗଜପତି ଜିଲ୍ଲା ମୋହନାରୁ ବିଭୁତି ମଳିକଙ୍କ ରିପୋର୍ଟ ।