ବଡମ୍ବା ଥାନାଧିକାରୀଣି ମାଡାମ ସ୍ନିଗ୍ଧାମୟୀଙ୍କର ଦବଙ୍ଗଗିରି

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ବଡମ୍ବା ଥାନା ଅଧିକାରୀଣି ସିଂଗ୍ଧାମୟୀ ବରାଳଙ୍କର ଦବଙ୍ଗ ଗିରି। ବଡମ୍ବା ହାଟ ନିକଟରେ ରହୁଥିବା ମହିଳା ସଂଜୁକ୍ତା ପାତ୍ର ଦୁଇ ବର୍ଷ ଧରି ବଡମ୍ବା ଥାନା ଅଧିକାରୀ ସିଂଗ୍ଧାମୟୀ ବରାଳଙ୍କ ଅଫିସ କ୍ୱାଟର୍ସରେ କାମ କରୁଥିଲେ। ତେବେ ବଡମ୍ବା ଥାନା ଅଧିକାରୀଣି ସିଂଗ୍ଧାମୟୀ ବରାଳ ଙ୍କର ଅନ୍ୟତ୍ର ଥାନାକୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ସ୍ଥାନରେ ଥିବା ତାଙ୍କ ବାସଭବନରେ ଏହି ମହିଳାଙ୍କୁ କାମ କରିବା ପାଇଁ ବଡମ୍ବା ହାଟ ସ୍ଥିତ ସଂଯୁକ୍ତାଙ୍କ ଘରକୁ ଯାଇ ବାଧ୍ୟ କରୁଥିଲେ ମାଡ଼ାମ ସିଂଗ୍ଧାମୟୀ। ତେବେ ଏହି ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏକଜୁଟ ହୋଇଥିଲେ। ଏବଂ ବଡମ୍ବା ହାଟ ଛକ ନିକଟରେ ୧୫ ମିନିଟ କାଳ ଥାନା ଅଧିକାରିଣୀ ସିଂଗ୍ଧାମୟୀ ବରାଳଙ୍କୁ ଏକ ଘରେ ଅଟକ ମଧ୍ୟ ରଖିଛନ୍ତି। ଏବଂ ଏହି ସମୟରେ ମାଡାମ ସିଂଗ୍ଧାମୟୀ ସମ୍ପୂର୍ଣ୍ଣ ଭାବେ ସିଭିଲ ଡ୍ରେସରେ ମଧ୍ୟ ଥିଲେ। ଅଫିସ କ୍ୱାଟର୍ସରେ କାମ କରୁଥିବା ମହିଳାଙ୍କୁ ଅନ୍ୟତ୍ର ବାସଭବନରେ କାମ କରିବା ପାଇଁ ବାଧ୍ୟ କରୁଥିଲେ ମାଡ଼ାମ ସିଂଗ୍ଧାମୟୀ ବୋଲି ମହିଳା ବଡମ୍ବା ଥାନା ରେ ଅଭିଯୋଗ କରିଛନ୍ତି। ସେହିପରି ବଡମ୍ବା କ୍ୱାଟର୍ସରେ କାମ କରିବା ବେଳେ ଥାନା ଅଧିକାରୀଣି ମାଡ଼ାମ ସିଂଗ୍ଧାମୟୀ ଓ ତାଙ୍କ ସ୍ୱାମୀ ଅସୀମ ଅମିତାଜ ହରିଚନ୍ଦନ ସମ୍ପୃକ୍ତ ମହିଳାଙ୍କୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉଥିବା ମଧ୍ୟ ମହିଳା ଏତଲାରେ ଉଲ୍ଳେଖ କରି ବଡମ୍ବା ଥାନାରେ ଅଭିଯୋଗ କରିଛନ୍ତି। ତେବେ ମାଡାମ ସିଂଗ୍ଧାମୟୀ ସଂଗେ ସଂଗେ ବଡମ୍ବାର ଏସ ଆଇ ଜୟସିଂ ମହାପାତ୍ରଙ୍କୁ ଫୋନ ଯୋଗେ ଜଣାଇବା ପରେ ପୋଲିସ ପହଂଚି ଥାନା ଅଧିକାରୀଣି ସିଂଗ୍ଧାମୟୀ ବରାଳଙ୍କୁ ଉଦ୍ଧାର କରିଥିଲେ। ଆଠଗଡ SDPOବିଜୟ ବିଶି ବଡମ୍ବା ଥାନାରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More