ବଡମ୍ବା ଚିନି କଳ ଭିତରୁ ଶାଗୁଆନ ଗଛ ଚୋରି

10

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : ବଡମ୍ବା ଚିନି କଳ ରୁ ଯନ୍ତ୍ରଂଶ ଚୋରି ଘଟଣା ଖୁବ ଚର୍ଚାରେ ରହିଥିବା ବେଳେ, ଏବେ ବଡମ୍ବା ଚିନି କଳରୁ ଦାମୀ ଶାଗୁଆନ ଗଛ ଚୋରି କରିନେଲେ ଦୃବୁର୍ତ୍ତ । ବଡମ୍ବା ଚିନିକଳ ଭିତରୁ ଯନ୍ତ୍ରଂଶ ଚୋରି କରିବା ଘଟଣାରେ ଚୋରଙ୍କୁ ମାମୁ ଘର ଦେଖାଇ ଦେଇଥିଲା । ଏବେ ବଡମ୍ବା ଚିନି କଳରୁ ଶାଗୁଆନ ଗଛ କୁ ଚୋରି କରି ନେଇଛନ୍ତି ଦୃବୁର୍ତ୍ତ । ବଡମ୍ବା ଚିନି କଳରୁ ଯନ୍ତ୍ରାସ ଚୋରି ହେବାର ଏକ ମାସ ନହେଉଣୁ ଏବେ ଦାମୀ ଶାଗୁଆନ ଗଛ କୁ କାଟି ନେଇଛନ୍ତି ଦୃବୁତ । କାହା ଛତ୍ର ଛାୟା ତଳେ ରହି ଚୋର ଚୋରି କରିବାରେ ଏଭଳି ସାହସ କରୁଛନ୍ତି ଡକାୟତି ଦଳ । ତେବେ ଏଠି ପ୍ରଶ୍ନ ବଡମ୍ବା ଚିନିକଳ ଭିତରୁ ଶାଗୁଆନ ଗଛ କାଟିବା ସହିତ କେଉଁ ଲୋକର ରହିଛି ହାତ । ବଡମ୍ବା ଚିନି କଳରୁ ଯନ୍ତ୍ରାସ ଚୋରି କରିବା ର ଏକ ମାସ ବିତିଯାଇଛି ହେଲେ ଏହି କେଶରେ 5 ଜଣଙ୍କୁ ବଡମ୍ବା ପୋଲିସ ଗିରଫ କରିଥିଲା ହେଲେ ବଡମ୍ବା ପୋଲିସ କିଭଳି ସଂଗୀନ ଦଫା ଲଗାଇଥିଲା ଯେ ଆସାମୀ ମାନେ ସକାଳୁ ଗିରଫ ହୋଇ ସନ୍ଦ୍ୟା ରେ ବେଲ ହୋଇ ଘରକୁ ଫେରିଥିଲେ । ବଡମ୍ବା ଚିନି କଳ ଗରିବ ଲୋକଙ୍କ ଥିଲା ବଳ । ଏହି ଚିନି କଳକୁ ଆଶ୍ରା କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଶେଷରେ ଚିନି କଳ କୁ ବିକ୍ରି କରି ଲୋକଙ୍କୁ ଦାଦନ ପଠାଗଲା । ବଡ଼ମ୍ବା ଚିନିକଳ ଭବିଷ୍ୟତ କୁ ନେଇ ବିଧାୟକଙ୍କ କୌତୁହଳ ପରେ କିଛି ଦିନ ଧରି ଚିନିକଳ ପୁନରୁଦ୍ଧାର ସମ୍ପର୍କରେ ସମାଲୋଚନା ଜୋର ଧରିଥିଲା ଠିକ୍ ଏତିକି ବେଳେ ସାମନାକୁ ଆସିଛି ଦିନ ଦ୍ବିପହରରେ ଦାମୀ ଶାଗୁଆନ ଗଛ ଚୋରି କରିଥିବା ଭଳି ଘଟଣା । ଶାଗୁଆନ ଗଛ ଚୋରି କରିଥିବା ଚୋର ଙ୍କୁ ବଡମ୍ବା ପୋଲିସ କେବେ ଧରିବାରେ ସଫଳ ହେଉଛି ଏବଂ ଦୋଷୀଙ୍କ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More