ବଡମ୍ବା ଚିନି କଳରୁ ମେସିନ ଚୋରି ଅଭିଯୋଗ

13

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) :- ୨୦୦୬ରୁ ବନ୍ଦ ପଡି ଥିବା ଚିନି କଳରୁ ଵାଲାଜି ଯନ୍ତ୍ରାଂଶ ସହ ଏକ ମେସିନ ଗାଡି ନେଇଯାଉଥିବା ବେଳେ ସ୍ଥାନୀୟ ଲୋକେ ଅଟକାଇ ରଖିଛନ୍ତି। ଏବେ ବଡମ୍ବା ପୋଲିସ ଘଟଣା ସ୍ଥଳ ରେ ପହଂଚି ସମସ୍ତ ମେସିନ ଗାଡିକୁ ଅଟକ ରଖି ପଚରାଉଚରା କରୁଛି। ସମବାୟ ବିଭାଗ ଅଧୀନରେ ୧୯୮୪ରେ ବଡମ୍ବାରେ ପ୍ରତିଷ୍ଠା ହୋଇଥିଲା ଏହି ଚିନିକଳ। ଏହାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ହଜାରେ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ଉକ୍ତ ଚିନିକଳରୁ ୧୯୮୯ରୁ ଚିନି ଉତ୍ପାଦନ ଆରମ୍ଭ ହୋଇଥିଲା। ଶକ୍ତି ସୁଗାର ୧୯୯୧ରୁ ୨୦୦୩ ପର୍ଯ୍ୟନ୍ତ ଏହାକୁ ଚଳାଇଥିଲା। ପରେ ବାଲାଜି କୁ ହସ୍ତାନ୍ତର କରାଯାଇଥିଲା। ଏବେ ଏହି କଳ ଭିତରୁ ଏକ ଟ୍ରାକ୍ଟର ଜେସିବିକୁ ଚୋରି କରି ନେଇଯାଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀମାନେ ଅଟକାଇବା ସହ ଉତ୍ତେଜନା ସୃଷ୍ଟି ହୋଇଛି। ଘଟଣା ସ୍ଥଳ ରେ ବଡମ୍ବା ପୋଲିସ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More