ବଦମ୍ବା(ସଂଘର୍ଷ ମିଡିଆ ) : ବଡମ୍ବା ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବଡମ୍ବା ବ୍ଲକ ରୁ ସମୁଦାୟ ୫୯ ଟି ପ୍ରକଳ୍ପ ପଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର,ବିଶିଷ୍ଟ ଅତିଥି କଟକ ଜିଲ୍ଲାପାଳ ଶ୍ରୀଯୁକ୍ତ ଭବାନୀ ଶଙ୍କର ଚଇନି, ମୁଖ୍ୟ ବକ୍ତା ଅଧ୍ୟକ୍ଷ ଜିଲ୍ଲାପରିଷଦ, କଟକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରଘୁପତି ମହାନ୍ତି (ଅଧ୍ୟକ୍ଷ, ପଞ୍ଚାୟତ ସମିତି, ବଡମ୍ବା) ଶ୍ରୀମତୀ ଜୟଶ୍ରୀ ବରାଳ (ଜିଲ୍ଲାପରିଷଦ ସଭ୍ୟା ଜୋନ୍ ନଂ.୨୯) ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ସାହୁ (ଜିଲ୍ଲାପରିଷଦ ସଭ୍ୟ ଜୋନ୍ ନଂ. ୩୦) ଶ୍ରୀମତୀ ନୟନ ସାହୁ (ଜିଲ୍ଲାପରିଷଦ ସଭ୍ୟା ଜୋନ୍ ନଂ.୩୧) ଶ୍ରୀମତି ସ୍ବର୍ଷଲତା ବେହେରା (ଉପାଧ୍ୟକ୍ଷା, ପଞ୍ଚାୟତ ସମିତି ବଡମ୍ବା) ଶ୍ରୀମତୀ ମଧୁସ୍ମିତା ମହାନ୍ତି (ସରପଞ୍ଚ, ନିଜିଗଡ ଗ୍ରା.ପ.) ଶ୍ରୀମତୀ ଗୋଲାପ ସାହୁ (ସମିତି ସଭ୍ୟ ନିଜିଗଡ ଗ୍ରା.ପ.) ଶେଷରେ ବଡମ୍ବା ମଣ୍ଡଳ ଶିକ୍ଷା ଅଧିକାରୀ ତଥା ଆବାହକ ଶ୍ରୀ ଅଜୟ କୁମାର ପୃଷ୍ଟି ବଡମ୍ବା ତଥା ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।