କଟକ(ସଂଘର୍ଷ ମିଡିଆ ) : କଟକ ବଡମ୍ବା ରେଞ୍ଜର ଚନ୍ଦ୍ରଗିରି ଓ ଖାରୋଡ଼ ସଂରକ୍ଷିତ ଜଙ୍ଗଲ ରୁ ୩ଟି ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି SIT, ମାସେ ଭିତରେ ଦାଖଲ ହେବ ରିପୋର୍ଟ। କେନ୍ଦ୍ର ସରକାରଙ୍କ ତାଗିଦ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା। ବଡମ୍ବା ରୁ ହାତୀ କଙ୍କାଳ ମିଳିବା ଓ ଗୁଳିମାଡ଼ ହୋଇଥିବା ହାତୀର ମୃତ୍ୟୁ ଘଟଣାର ତଦନ୍ତ ଲାଗି ଆଜି ସ୍ବତନ୍ତ୍ର ଇନଭେଷ୍ଟିଗେସନ ଟିମ୍(ଏସ୍ଆଇଟି) ବଡମ୍ବା ଗ୍ରସ୍ତ ରେ ଆସିଛନ୍ତି। ଆଠଗଡ଼ dfo ସୁଦର୍ଶନ ଗୋପୀନାଥ ଯାଦବ ଉଭୟ ଚନ୍ଦ୍ରଗିରି ଏବଂ ଖାରୋଡ଼ର ଖୋଲ ଅଞ୍ଚଳ ପରିଦର୍ଶନ କରାଇଛନ୍ତି। ଅନୁଗୁଳ ସର୍କଲର ଚିଫ୍ କନ୍ଜରଭେଟର ଅଫ୍ ଫରେଷ୍ଟ(ସିସିଏଫ୍)ଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍ରେ କଞ୍ଜରଭେଟର ଅଫ୍ ଫରେଷ୍ଟ(ଇଟି) ଓ କ୍ରାଇମ୍ବ୍ରାଞ୍ଚର ଜଣେ ଅଧିକାରୀ(ଡିଏସ୍ପି ରୢାଙ୍କ) ସଦସ୍ୟ ରହିବେ। ତଦନ୍ତ ସମୟରେ ଯେଉଁ ଅଧିକାରୀଙ୍କ ସମ୍ପୃକ୍ତି ଆସିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଟିମ। ଏହି ୬ ଜଣିଆ ଟିମ ରେ ମନୋଜ ଭି ନାୟାର, CCF Wildlife , କେଦାର ସ୍ୱାଇଁ, CF Wildlife, ଯୋଗ ଦୟାନନ୍ଦ, RCCF ଅନୁଗୁଳ, ଦିଲ୍ଲୀପ କୁମାର ସାହୁ, DSP STF, ଡାକ୍ତର ଇନ୍ଦ୍ରମଣି ନାଥ, ପ୍ରଫେସର ଭେଟରିନାରୀ ସର୍ଜରୀ, ଓୟୁଏଟି, ଡଃ ଶିବ ପ୍ରସାଦ ପରିଡା, ଆସୋସିଏଟ ପ୍ରଫେସର, ସେଞ୍ଚୁରିଆନ University, କଙ୍କାଳ ବିଶେଷଜ୍ଞ ଙ୍କ ସମେତ ଶୁଭେନ୍ଦୁ ମଲ୍ଲିକ, ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ, ଖୋର୍ଦ୍ଧା ଏବଂ ପୁରବୀ ପାତ୍ର, ଅନିମାଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର ଉପସ୍ଥିତ ରହିଥିଲେ।