ବଡବାପାଙ୍କ ଦଶାହ କାର୍ଯ୍ୟରେ ନଦୀରେ ବୁଡି ପୁତୁରା ମୃତ

14

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବିରିଡି ଥାନା କମଳପୁର ଗାଁରେ ଅଘଟଣ, ବଡବାପା ଦଶାହ କାର୍ଯ୍ୟରେ ଯାଇ ନଦୀରେ ବୁଡିଯାଇ ପୁତୁରାର ମୃତ୍ୟୁ ଘଟିଛି। ମୃତ ଜଣକ ପୁରଣ ପଞ୍ଚାୟତ କମଳପୁର ଗ୍ରାମର ବଟକୃଷ୍ଣ ମଲ୍ଲିକଙ୍କ ଏକମାତ୍ର ପୁଅ ତ୍ରିନାଥ ମଲ୍ଲିକ୍ ଓରଫ ବାପିନ ବୟସ ୧୭ବର୍ଷ ,ଦଶାହ କାର୍ଯ୍ୟ ପାଇଁ ଘର ନିକଟସ୍ଥ ବିଲୁଆଖାଇ ନଦୀକୁ ଯାଇଥିଲା।ଗାଧୋଇ ଥିବା ବେଳେ ହଟାତ ତ୍ରିନାଥ ବୁଡି ଯାଇଥିଲେ।ଖବର ପାଇ ବିରିଡି ଅଗ୍ନିଶମ କର୍ମଚାରୀ ଓ ଅଡ଼ଶପୁର ଅଗ୍ନିଶମ କର୍ମଚାରୀ ମାନେ ତିନି ଘଟା ଖୋଜାଖୋଜି କରିବାପରେ ଅକ୍ସିଜେନ ଶିଲେଣ୍ଡର ଯୋଗେ ବୁଡି ଯୁବକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ଚିକିତ୍ସା ପାଇଁ ବିରିଡି ଡାକ୍ତରଖାନାକୁ ନିଆଯାଇଥିଲା।ସେଠାରେ ଡାକ୍ତର ତ୍ରିନାଥଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାରୁ ପ୍ରକାଶ ଆଜି ସକାଳେ ମୃତକ ଙ୍କ ବଡବାପା ଅଲେଖ ମଲ୍ଲିକଙ୍କର ଦଶାହ କର୍ମ ନଦୀ କୂଳରେ ସଂପର୍ଣ୍ଣ ହେଉଥିଲା।ଏହି ସମୟରେ ଯୁବକ ଜଣକ ଗାଧେଇବା ପାଇଁ ନଦୀକୁ ଯାଇଥିବା ବେଳେ ବୁଡି ଯାଇଥିଲେ।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳେଇ ଦେଇଛି। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More