ବଟି ଆଦାୟ ଅଭିଯୋଗରେ ୩ଗିରଫ

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଦାଦାବଟି ଆଦାୟ କରିବା ମାମଲାରେ ସମୁଦ୍ରକୂଳ ଥାନା ୩ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବାଲିନୋଳିଆ ସାହିର ପି.କାଳିଆ ରାଓ(୨୦), ଦୀପକ କୁମାର ପଟ୍ଟନାୟକ, ଚୁଡ଼ଙ୍ଗସାହିର ଲିପୁ ଓରଫ ମହାବୀର ମହାନ୍ତି(୨୯) । ଏମାନଙ୍କ ଠାରୁ ୨ଟି ମୋବାଇଲଫୋନ୍‌, ଗୋଟିଏ ଛୁରି, ୩୦୦ଟଙ୍କା ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟ ଚାଲାଣ କରିଛି । ଭିକ୍ଟୋରିଆ ହୋଟେଲ ନିକଟ ରତ୍ନାକର ରୋଡ଼ ନିକଟରେ ବ୍ୟବସାୟୀ, ପର୍ଯ୍ୟଟକଙ୍କୁ ଛୁରି ଦେଖାଇ ଅଭିଯୁକ୍ତମାନେ ବଟି ଆଦାୟ କରୁଥିଲେ । ଏସମ୍ପର୍କରେ ଖବରପାଇ ସମୁଦ୍ରକୂଳ ପୁଲିସ ଟିମ୍ ପହଞ୍ଚି ୩ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ନେଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More