ବଜ୍ରାପାତରେ ତିନି ମହିଳାଙ୍କ ମଧ୍ୟରୁ ଦୁଇ ଆହତ ଜଣେ ଗୁରୁତର

10

Get real time updates directly on you device, subscribe now.

 ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ବଜ୍ରପାତ ହେବାରୁ ତିନି ଜଣ ମହିଳା ଆହତ ହୋଇଥିଲେ l ସୂଚନା ଯୋଗ୍ୟ–ଡାବୁଗାଁ ବ୍ଳକ ଅଧିନ ଉମୁରାହାଣ୍ଡି ଗ୍ରାମର ମହିଳାମାନେ ଧାନ ତଳି ରୋପିବା ଲାଗି ଯାଇ ଥିଲେ l ଧାନ ତଳି ରୋପି ସାରି ଘରକୁ ଫେରିବା ବେଳେ ବଜ୍ରପାତ ହୋଇଥିଲା l ନିକଟରେ ଥିବା ଗଛ ନିକଟକୁ ଆଶ୍ରୟ ନେବାକୁ ଯାଉଥିବା ବେଳେ ସେହି ଗଛ ଉପରେ ବଜ୍ରପାତ ହେବା ଫଳରେ ତିନି ଜଣ ମହିଳା ଆହତ ହୋଇଥିଲେ l ସେମାନେ ଜମି ଉପରେ ଅଚେତ୍ ହୋଇ ପଡିବାର ଦେଖି ବିଲରେ ଥିବା ଲୋକେ ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ l ଆହତ mane ହେଲେ ଲତା ମାଝୀ(୨୪),ରିତାଇମାଝୀ(୩୦),ସୁକାନ୍ତ ଦେଇ ଭତ୍ରା(୪୦)।ସେମାନଙ୍କ ମଧ୍ଯରୁ ସୁକଦେଇଙ୍କ ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସମସ୍ତଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More