ବଜ୍ରାଘାତରେ ମହିଳା ଗୁରୁତର

11

Get real time updates directly on you device, subscribe now.


ନରସିଂହପୁର(ସଂଘର୍ଷ ମିଡିଆ) : – ନରସିଂହପୁର ବ୍ଲକ ଅନ୍ତର୍ଗତ ବାରଭାୟା ଗ୍ରାମରେ ଶନିବାର ସଂଧ୍ୟାରେ ବଜ୍ରାଘାତ ଘଟି ଜଣେ ମହିଳା ଆହତ ହୋଇଛନ୍ତି।
ଆହତ ମହିଳା ଜଣଙ୍କ ଅଲେଖ ପ୍ରଧାନଙ୍କ ପତ୍ନୀ ଯଶୋଦା ପ୍ରଧାନ 23 ବର୍ଷ ବୋଲି ଜଣାପଡିଛି। ସୁଚନା ରୁ ପ୍ରକାଶ ଯେ ଶନିବାର ସଂଧ୍ୟାରେ ବର୍ଷା ପବନ ସହ ବିଜୁଳି ଘଡଘଡି ବଜ୍ରାଘାତ ଘଟିଥିଲା। ଏହି ସମୟରେ ଯଶୋଦା ଘର ବାହାରେ ଠିଆ ହୋଇଥିବା ସମୟରେ ନିକଟରେ ଥିବା ଏକ ଗଛ କୁ ବିଜୁଳି ମାରିଥିଲା। ବଜ୍ରାଘାତ ପ୍ରଭାବରେ ଯଶୋଦା ଗୁରୁତର ଆହତ ହୋଇଥିଲେ। 108 କୁ ଫୋନ୍ କରିଥଲେ କିନ୍ତୁ ଗାଡ଼ି ନଥିବାରୁ 108 ଆମ୍ବୁଲାନ୍ସ ଆସି ପାରି ନଥିଲା।eଗୁରୁତର ଅବସ୍ଥାରେ ଯଶୋଦା ଙ୍କୁ ଗୋଟିଏ ଅଟୋ ରେ ପ୍ରଥମେ ଯୋଡୁମୁ ମେଡ଼ିକାଲ୍ କୁ ଚିକିତ୍ସା ପାଇଁ ନେଇଥିଲେ କିନ୍ତୁ ସେଠାରେ ଡ଼ାକ୍ତର ନଥିବାରୁ ନରସିଂହପୁର ମେଡ଼ିକାଲ୍ କୁ ଆଣି ଚିକିତ୍ସା ପାଇଁ ଆଣିଥିଲେ। ସୁଚନା ରୁ ପ୍ରକାଶ ଯେ ଅଧିକାଂଶ ସମୟରେ ଯୋଡୁମୁ ମେଡ଼ିକାଲରେ ଡ଼ାକ୍ତର ରହୁ ନଥିବାରୁ ରୋଗୀମାନେ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।ତେବେ ଏନେଇ ପୂର୍ବରୁ ବାରମ୍ବାର ଖବର ପ୍ରସାରଣ ହୋଇଥିଲେ ମଧ୍ଯ କୌଣସି ଡାକ୍ତର ନ ରହିବା ପରେ ବିଧାୟକ ଦେବୀ ମିଶ୍ର ନରସିଂହପୁର ମେଡିକାଲରେ ଘନ ଘନ ବୈଠକ କରିଥିଲେ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଯୋଡୁମୁ ମେଡିକାଲ ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳୁ ନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More