ବିରିଡି(ଆମ ପ୍ରତିନିଧି ) : ଚାଷ କାର୍ଯ୍ୟ ପାଇଁ ବିଲକୁ ଯାଇଥିବା ବିରିଡି ବ୍ଲକ ଅନ୍ତର୍ଗତ ବଡଖଣ୍ଡାୟତା ପଞ୍ଚାୟତ ଔରାଙ୍ଗାବାଦ ଗ୍ରାମର ହେମନ୍ତ କୁମାର ସ୍ୱାଇଁଙ୍କ ୫୫ବୟସରେ ଗତ ୨୬ତାରିଖରେ ତାଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିଲା। ଏହି ଖବର ପାଇଁ ଆଜି ସମାଜସେବୀ ଇଂଜିନିୟରିଂ ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ ଯୁବନେତା ସମୀରି ଖୁଣ୍ଟିଆ, ପୂର୍ବତନ ସରପଞ୍ଚ ଧୀରେନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଞ୍ଚ ବଳରାମ ମଲ୍ଲିକ, କାଳନ୍ଦି ଜେନା,ଦିଲ୍ଲୀପ ସ୍ୱାଇଁ, ହେମନ୍ତ ଖଟେଇ,ଗୋବିନ୍ଦ ରାଉତ, ପ୍ରଦୀପ୍ତ ରାଉତ ଓ ବସନ୍ତ ପାତ୍ର ପ୍ରମୁଖ ତାଙ୍କ ଘରକୁ ଯାଇ ବୃଦ୍ଧ ବାପା ମା ଓ ରୋଗାକ୍ରାନ୍ତ ପତ୍ନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।