ବଜ୍ରପାତରେ ଦୁଇ ଗୁରୁତର, ଗ୍ରାମବାସୀ ଘଟଣା ସ୍ଥଳରୁ ଉଦ୍ଧାର

12

Get real time updates directly on you device, subscribe now.

ପାଟଣା ( ସଂଘର୍ଷ ମିଡିଆ ) : କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁଦ୍ରାବେଡ଼ା ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରାଘାତରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ନିଜ ଘର ପାଖରେ ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ଶୁକୁରା ମୁଣ୍ଡାଙ୍କ ପୁଅ ଟୁନା ମୁଣ୍ଡା(୨୫) ଏବଂ ସ୍ବର୍ଗତ କୁମୁଦର ମୁଣ୍ଡାଙ୍କ ପୁଅ ରମେଶ ମୁଣ୍ଡା(୨୨) ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ସ୍ଥାନୀୟ ଗ୍ରାମବାସୀ ଘଟଣା ସ୍ଥଳରୁ ଉଦ୍ଧାର କରିଥିଲେ। ଖବର ପାଇ ଘଟଗାଁରୁ ୧୦୮ ଆମ୍ବୁଲାନ୍ସ ମୁଦ୍ରାବେଡ଼ା ଗ୍ରାମରେ ପହଞ୍ଚି ଅଧିକ ଗୁରୁତର ଥିବା ଟୁନା ମୁଣ୍ଡାଙ୍କୁ ଘଟଗାଁ ଡାକ୍ତରଖାନା ନେଇଥିବା ବେଳେ ଘଟଗାଁ ଅଗ୍ନିଶମ ବାହିନୀ ଗାଡ଼ିରେ ରମେଶ ମୁଣ୍ଡା(୨୨)ଙ୍କୁ ଘଟଗାଁ ଡାକ୍ତରଖାନା ନିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More