ଜଗତସିଂହପୁର (ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ବଦଖଣ୍ଡାୟତା ପଞ୍ଚାୟତ ଔରାଙ୍ଗା ବାଦ ଗ୍ରାମର ହେମନ୍ତ କୁମାର ସ୍ୱାଇଁଙ୍କ ୫୫ବୟସରେ ଆଜି ମଧ୍ୟାହ୍ନରେ ମୃତ୍ୟୁ ଘଟିଛି। ସ୍ବାଇଁ ବିଲରେ କାମ କରୁଥିବା ବେଳେ ତାଙ୍କ ମୁଣ୍ଡରେ ବଜ୍ରପାତ ହୋଇଥିଲା।ଫଳରେ ସେ ସେଇଠାରେ ଟଳି ପଡିଥିଲା।ଲୋକେ ଜାଣିବା ପରେ ମୃତ ସ୍ବାଇଁଙ୍କୁ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇବା ପରେ ବିରିଡି ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବଙ୍କୁ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ଜିଲ୍ଲା ଡାକ୍ତର ଖାନାକୁ ପଠାଇଛନ୍ତି।ଏନେଇଁ ବିରିଡି ଥାନାରେ କେସ୍ ନଂ ୪/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।