ବଜ୍ରପାତରୁ ବର୍ତ୍ତିବାର କୌଶଳ ନିଜେ କରି ଦେଖାଇଲେ ଜିଲ୍ଲାପାଳ

24

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲାରେ କାଳ ବୈଶାଖୀରେ ବର୍ଷା,ପବନ ସହ ବଜ୍ରପାତ ହୋଇ ପ୍ରତି ବର୍ଷ ଅନେଜ ଜୀବନ ବଜ୍ରପାତ ଯୋଗୁଁ ଅକାଳ ରେ ଚାଲି ଯାଉଛି। ବଜ୍ରପାତରୁ ବର୍ତ୍ତିବାର କୌଶଳର ଡେମୋ ଜିଲ୍ଲାପାଳ ନିଜେ କରି ଦେଖାଇ ଥିଲେ।ବଜ୍ରପାତ ରୁ ବର୍ତ୍ତିବା ପାଇଁ ଆଦୌ ଗଛ ମୁଳକୁ ଯିବା କଥା ନୁହେଁ, ଯଦି ପକ୍କା କୋଠା ଘର ଥାଏ,ତେବେ ସେହି ଘରକୁ ଚାଲି ଯିବା ପାଇଁ ପରାମର୍ଶ ଦେଇଥିଲେ, ଯଦି କେହି ଖୋଲା ଆକାଶ ତଳେ ରହିଛ,ତେବେ କେଉଁ ମୁଦ୍ରାରେ ତଳେ ବସି ରହିଲେ, ସେଥି ପାଇଁ ନିର୍ଦ୍ଧିଷ୍ଟ କିଛି କୌଶଳ ଦ୍ୱାରା ନିଜକୁ ସୁରକ୍ଷିତ ରଖିପାରିବେ,ନିଜେ ପ୍ରଦର୍ଶନ କରି ଦେଖାଇ ଥିଲେ ।ଏହି କଥା କହି ରକ୍ଷା ପାଇବାର କୌଶଳ ନିଜେ କରିଦେଖାଇଛନ୍ତି ନବରଙ୍ଗପୁର ଲୋକ ପ୍ରିୟ ଜିଲ୍ଲାପାଳ ଡା କମଳ ଲୋଚନ ମିଶ୍ର।ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରିୟ ପ୍ରାକୃତିକ ବିପର୍ଜ୍ୟୟ ମୁକାବିଲା ଓ ପରିଚାଳନା କମିଟି ବୈଠକରେ ଜନ ସାଧାରଣ ମାନଙ୍କୁ କିପରି ବଜ୍ରପାତରୁ ରକ୍ଷା କରି ହେବ,ସେଥିନେଇ ଉପସ୍ଥିତ ସାଂସଦ ପ୍ରତିନିଧି, ବିଧାୟକ,ଜିଲ୍ଲା ପରିଷଦ ଅଧକ୍ଷ,ବିଡିଓ,ତହସିଲଦାର,ରାଜନେତା ଓ ଜିଲ୍ଲା ସ୍ତରିୟ ଅଧିକାରୀ ନେତା ମାନଙ୍କୁ ଜିଲ୍ଲାପାଳ ନିଜେ ରକ୍ଷା ପାଇବାର କୌଶଳ କରି ଦେଖାଇ ଥିଲେ।ଜିଲ୍ଲାପାଳଙ୍କ ଏହି ଡେମୋକୁ ଉପସ୍ଥିତ ସମସ୍ତଙ୍କୁ ଆମୋଦିତ କରି ଥିବାବେଳେ ସମସ୍ତେ ବଜ୍ରପାତରୁ ବର୍ତ୍ତିବାର ନୂଆ କୌଶଳ ଜାଣି ଥିଲେ। ଶେଷରେ ଜିଲ୍ଲାପାଳ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି କହିଥିଲେ।ଜିଲ୍ଲାପାଳ ଦେଖେଇ ଥିବା ଡେମୋ ଭାଇରଲ ହେଲା ପରେ ବିଭିନ୍ନ ମହଲରୁ ଜିଲ୍ଲାପାଳ ଙ୍କୁ ଭୁୟସି ପ୍ରଶଂସା ର ସୁଅ ଛୁଟୁଛି। ଏଣୁ ଜୀବନକୁ ବଜ୍ରପାତରୁ ରକ୍ଷା କରିବା କୌଶଳ ସମସ୍ତଙ୍କୁ ଅବଗତ କରାଇବା ଆମର ଧର୍ମ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More