ବିରିଡି (ସଂଘର୍ଷ ମିଡିଆ ) : ଆଜି ସନ୍ଧ୍ୟା ୫ ଟା ସମୟରେ ବଜ୍ରଘାତରେ ୨ଟି ମଇଁଷିଙ୍କ ମୃତ ଘଟୁଛି। ବିରିଡି ବ୍ଲକ କୂଳକଇଁଜଙ୍ଗା ଗ୍ରାମର ସନ୍ତୋଷ କୁମାର ଦାସଙ୍କ ନାମକ ଜଣେ ବ୍ୟକ୍ତି ତାଙ୍କର ମଇଁଷିକୁ ବିଲୁଆଖାଈ ନନ୍ଦୀ ପଠାର ଖରୀକୁନ୍ଦ ଠାରେ ଚରାଇ ଘରକୁ ଫେରୁଥିବା ସମୟରେ ଏକ ବଜ୍ରଘାତ ଘଟିଥିଲା,ଫଳରେ ଘଟଣ ସ୍ଥଳରେ ୨ଟି ମଇଁଶଷିଙ୍କ ପ୍ରାଣ ହରାଇଥିବା ଜଣାପଡ଼ିଛି। ସୌଭାଗ୍ୟବଶତ ସନ୍ତୋଷ ଦାସ୍ ଟିକେ ଆଗରୁ ସେହି ସ୍ଥାନ ଛାଡି ଦେଇଥିଲେ, ଫଳରେ ସେ ବଞ୍ଚି ଯାଇଥିବା ଜଣାପଡ଼ିଛି।ମଇଁଷିର ଆନୁ ମାନିକ ମୁଲ୍ୟ ୧ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ବିରିଡିରୁ ରାଖଲ ମଲ୍ଲିକ୍ ଙ୍କ ରିପୋର୍ଟ ।